କହରେ କାଳିଆ କହ
କହରେ କାଳିଆ କହ
କହ ରେ କାଳିଆ କହ
ତୋର ହାତ ଗଢା ଏହି ଦୁନିଆଁ ରେ
ଏମିତି ବହୁଛି କିଆଁ
ସମୟ ସୁଅ।
ସତ ପଥେ ଗଲେ କଣ୍ଟା ଭରି ଅଛି
ଚାଲିବା ଟା ଭାରି କଷ୍ଟ
ନିଜର ବୋଲି ମୁଁ ଯାହା କୁ ଭାବୁଛି
ତା ମନେ ଭରିଛି ବିଷ
ମନ କଥା ଖୋଲି କହିବି କାହାକୁ
ଭାବିଲେ ଲାଗୁଛି ଭୟ।
କହ ରେ କାଳିଆ କହ
ଛଳନା ର ମୁଖା ସବୁରି ମୁହଁ ରେ
ଘଡିକେ ଘଡ଼ିଏ ଆନ
ଦେଖି କି ପାରୁନୁ କାଳିଆ ସୁନା ରେ
ମୋହର ଏ ଟିକି ମନ
ଧନୀ ଗରିବ ର ଭେଦ ଭାବ ଧନ
ଚଞ୍ଚଳ ଉଠାଇ ଦିଅ।
କହ ରେ କାଳିଆ କହ ।