ଖୋଜୁଛି ସେ ସ୍ମୃତିଚିହ୍ନ
ଖୋଜୁଛି ସେ ସ୍ମୃତିଚିହ୍ନ
ପ୍ରିୟ ସାଥି ମୋର ତୁମରି ବିରହେ
ଅଶ୍ରୁଳ ନାୟକ ମୁହିଁ
ଭାବୁଛି ଭାବିବି ନାହିଁ ତୁମ କଥା
ନଭାବି ପାରୁନି ରହି ।
ମୋ ପ୍ରୀତିର ମାନେ ବୁଝିବାର ଥିଲା
ବୁଝିଲନି ତୁମେ ବୋଲି
ଆମରି ପ୍ରୀତିର ସେଇ ବାଲି ଘର
ଭାଙ୍ଗି ହୋଇଗଲା ବାଲି ।
ସେଇ ବାଲିରେ ମୁଁ ଖୋଜୁଛି ଅତୀତ
ଖୋଜୁଛି ସେ ସ୍ମୃତି ଚିହ୍ନ
ଭାବୁଛି ପାଇବି ଗଲା ଅତୀତ କୁ
ଅବା ତାର ପାଦ ଚିହ୍ନ ।