STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଖୋଜିବାରେ କାହିଁ ଶେଷ

ଖୋଜିବାରେ କାହିଁ ଶେଷ

1 min
236



ପରସ୍ତ ପରସ୍ତ ଆସ୍ତରଣ ଆଡେଇ 

ଖୋଜୁଥିଲା ଯାହା ହାତ 

ନା ଥିଲା ଗୋଲାପ କଣ୍ଟା ଜଳିଯାଇଥିଲା 

ହୋଇଗଲା ଭାଗ୍ୟ ପରାସ୍ତ 

ପାଉଁଶ ଭିତରୁ ପିୟୁଷ ଖୋଜିବା 

ଅସ୍ଥିର ହୃଦୟ ପରିକା ଚିତ୍ତ 

ପୋଡିଗଲା ପରେ ପାଉଁଶ ଭିତରେ 

ନଥାଏ ଅହଙ୍କାର ଅବା ବିତ୍ତ 

ପୋଡା ତିଅଣ ଯେତେ ପକା ରାଗ 

ଲୁଣ ସୁଆଦ ଲାଗେନା ଭାତ 

ଜିଭ ପାଟି ନିଯେ ଜଳେ ଅବା ଜାଳେ 

ପୋଡି ଯାଇଥାଏ ହାତ 

ଆଜିକାଲି ସେଇ ସ୍ମୃତି ସବୁ ଦହନ 

ବଣର ଅତୀତ ପ୍ରେତ 

ଆତ୍ମା ଥିଲେ ଥାଉ ନଥିଲେ ନାହିଁ 

ସରିନାହିଁ ଶେଷକୃତ୍ୟ 

ଗରବ ଗାରିମା ସୃଜନୀ ଲେଖନୀ 

ପାଉଁଶ ତଳେ ସମାଦୃତ

ଗୋଧୂଳି ଲଗନେ ସୂର୍ଯ୍ୟ ଡୁବି ଗଲେ 

ଗୋଠବାହୁଡାରେ ଦିନ ଅସ୍ତ

ସାତଧନୁ ଇନ୍ଦ୍ରଧନୁ ଆକାଶ ବକ୍ଷରେ 

ନିଜକୁ ନିଜେ କରୁଛି ପରାସ୍ତ


Rate this content
Log in

Similar oriya poem from Action