STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ଖଣ୍ଡଗିରିର କୁମ୍ଭମେଳା

ଖଣ୍ଡଗିରିର କୁମ୍ଭମେଳା

1 min
203



ପରମ୍ପରା ତଥା କିମ୍ବଦନ୍ତୀ ଧାରେ

ଖଣ୍ଡଗିରି ଆଜି ଧନ୍ୟ 

ସାଧୁ-ସନ୍ଥଙ୍କର ଏକତ୍ରିତ ସ୍ଥଳ 

କୁମ୍ଭ ମେଳା ନାମେ ମାନ୍ୟ

ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା 

ଆବାହମାନ କାଳରୁ

ଭୁବନେଶ୍ୱରର ଉପକଣ୍ଠ ସ୍ଥଳ

ପ୍ରାୟ ଅନତି ଦୂରରୁ

ମାଘ ମାସ ଶୁକ୍ଳ ସପ୍ତମୀ ତିଥିରୁ

କ୍ରମାଗତ ନଅ ଦିନ

ମାଘ ପୂର୍ଣ୍ଣିମା ହିଁ ନିର୍ଣ୍ଣାୟକ ତିଥି

ମେଳା ହୁଏ ସମାପନ


ସାଧୁ ସନ୍ଥଙ୍କର ଦର୍ଶନ ସହିତ

ଆଶିଷ ପ୍ରାପ୍ତି ଆଶାରେ

ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହେ ପ୍ରାୟ

ଖଣ୍ଡଗିରି ମେଳା ଧାରେ

କିମ୍ବଦନ୍ତୀ ଧାରେ ରହିଛି ମାନ୍ୟତା 

ଚନ୍ଦ୍ରଭାଗା ସ୍ନାନ ପରେ

ସୂର୍ଯ୍ୟ ଦେବଙ୍କର ଦର୍ଶନ ବିଧେୟ

ଖଣ୍ଡଗିରି ପାହାଡରେ

ପାତାଳ ଗଙ୍ଗା ଓ ଗୁପ୍ତ ଗଙ୍ଗା ସ୍ଥଳ 

ଖଣ୍ଡଗିରି ପାହାଡରେ 

ସେ ଗଙ୍ଗା ଜଳରେ ସ୍ନାନ ପ୍ରାୟ ସମ 

ଯେପରି ଅର୍କ କ୍ଷେତ୍ରରେ 

ଖଣ୍ଡଗିରି-ଉଦୟଗିରି ଦୁଇଟି

ପାହାଡ଼

ପାଦ ଦେଶରେ

ସାଧୁ-ସନ୍ଥଙ୍କର ମହା ମିଳନ ହିଁ

ମେଳା ,କୁମ୍ଭ ମେଳା ଧାରେ

ତପସ୍ୟା ବଳରେ ସିଦ୍ଧି ପ୍ରାପ୍ତି କଥା

ଲୋକ ମୁଖରେ ଚର୍ଚ୍ଚିତ

ତପୋଭୂମି ଭାବେ ଖଣ୍ଡଗିରି ଥିଲା

ଏକାମ୍ର କାନନେ ସ୍ଥିତ

ଯୋଗନଦୀ ନାମେ ଥିଲା ଏକ ନଦୀ

ଚଳନ୍ତି ବିଲୁପ୍ତ ପ୍ରାୟ

ବନ୍ୟ ପ୍ରାଣୀ ସହ ସ୍ନେହ ବନ୍ଧନର

ଭାବ ଥିଲା ଅତିଶୟ

ଥିଲା ଏଠି ସର୍ବଧର୍ମ ସମନ୍ଵୟ

ଶକ୍ତି-ଜୈନ ପୀଠ ସ୍ଥଳ

ମା ବାରଭୁଜା ଦେବୀ ପୂଜା ସହ

ଜୈନ ଉପାସକ ସ୍ଥଳ


ପ୍ରାୟ ମେଳା ଅବ୍ୟବହିତ ପୁର୍ବରୁ 

ଭଜନ କୀର୍ତ୍ତନ ସୁରେ 

ଅଖଣ୍ଡ ଧୂନି ବି ଜଳୁ ଥାଏ ପ୍ରାୟ

ଜପ ଓ ତପସ୍ୟା ଧାରେ

ଚଳନ୍ତି ଚର୍ଚ୍ଚିତ ଖଣ୍ଡଗିରି ମେଳା 

ଯାତ୍ରା ବା ଅପେରା ଧାରେ

ନଗ୍ନ ଅଙ୍ଗ ଭଙ୍ଗୀ ନର୍ତ୍ତକୀ ପସରା

ଦୃଶ୍ୟମାନ ସହଜରେ

ପରମ୍ପରା ଆଧାରିତ ଏହି ମେଳା

ପବିତ୍ରତା ମାନ୍ୟ ହେଉ

ଅଶ୍ଳୀଳତା ଭରା ନୃତ୍ୟ ଓ ନର୍ତ୍ତକୀ

ଦୂରେଇ ହିଁ ରଖା ଯାଉ 



Rate this content
Log in

Similar oriya poem from Abstract