Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Tragedy

3  

Jharana Rout

Tragedy

ଖଣ୍ଡ ପ୍ରଳୟ

ଖଣ୍ଡ ପ୍ରଳୟ

1 min
157



  ସବୁଆଡ଼େ ଏଠି ବିପଦ୍ ଘାରୁଛି

      କେହି ନୁହେଁ ଏଠି ସ୍ଥିର

  କେମିତି ସଙ୍କଟ ଏ ବିଶ୍ୱକୁ ଘାରିଛି

      ସବୁଆଡ଼େ ଏଠି ହାହାକାର ॥


 ପାପ ପରେ ପାପ ଏ ମାନବ କରଇ

    କେତେ ସହିବ ଏ ଧରା

  ସହି ପାରୁନି ଏ ପାପ ଭରା ଆଉ

     ପ୍ରଳୟ କରୁଛି ପରା ॥


  କରୋନା ଯାଇନି ମାଡି ବସିଅଛି

    ବିପଦ ଉପରେ ବିପଦ

  ଏବେ ପୁଣି ଆସି ତାଣ୍ଡବ କରୁଛି

     ୟଶ ରୂପ ନାମେ ଆସିଛି ବାତ୍ୟା ॥


   ପ୍ରକୃତି କ୍ଷେତ୍ରରେ ସଭିଏଁ ହାର୍ ମାରନ୍ତି

       କେହି ନୁହେଁ ଏଠି ବଳିୟାନ

   ନିଜ ଗୋଡେ ଏଠି ନିଜେ କୁରାଢ଼ି ମାରନ୍ତି

       ପ୍ରକୃତିର ଏଠି କି ଦୋଷ ॥


   ପ୍ରଭୁଙ୍କ ପାଖରେ ମୋର ଆକୁଳ ମୀନତି

       ରକ୍ଷା କର ପ୍ରଭୁ ରକ୍ଷା କର 

   ତୁମେ ନ ରଖିଲେ କିଏ ସେ ରଖିବ

      ତୁମେ ପରା ଜଗତର ନାଥ ॥


 


Rate this content
Log in