ଖଜୁରୀ ଗଛର ଛାଇ
ଖଜୁରୀ ଗଛର ଛାଇ


ଜାଣିଥିଲି ମୁହିଁ ମରୁଭୂମି ଏକ
ଆଗରେ ପଡ଼ିଛି
ପାରକରିବାକୁ ମୋତେ ଯେ ପଡ଼ିବ
ତୁମକୁ ପାଇବା ପାଇଁ
ମରୁବାଲି ପରେ ଵେଦୁଇନ ଟିଏ ଏକା
ମୋ ସାଥେ କେହି ନାହିଁ
ମୁଁ ଖୋଜେ ଟିକେ ଶୀତଳ ପରସ
ତୁମେ ମୋ ଖଜୁରୀ ଗଛର ଛାଇ
ପାଦେ ପାଦେ କଣ୍ଟା ଫୁଟି ଯାଏ ମୋର
ତତଲା ବାଲିରେ ଯନ୍ତ୍ରଣା ଯାଏ ଭୁଲି
ତମେ କି ଵୁଝିବ ??
ପ୍ରେମିକ ମନର କେତେ ମରୀଚିକା ଭ୍ରମରେ ପଡ଼ିଛି
ଶୁଷ୍କ ଏ ପ୍ରାଣେ ତୃଷାର୍ତ ପଥିକ
ତୁମେ ଦେଖାଦେଲ ଓଏସିସ୍ ଟିଏ ହୋଇ
ବାଟ ଭୁଲିଯାଇ ନାହିଁ
ତୁମକୁ ପାଇବା ପାଇଁ
ବାଟ ଉଗାଳିଛି ସମାଜର ଏହି
ଅଦିନିଆ ବାଲି ଝଡ଼
ଆକାଶେ ତପନ ଉଗାଳେ କିରଣ
ବାରବୁଲା ସିନା ଵେଦୁଇନ ଜୀବନ
ତା ଶୋଷ ମେଣ୍ଟାଏ ସେ ମରୁଉଦ୍ୟାନ
ଖଜୁରୀ ଗଛର ଛାଇଟିଏ ହୋଇ
ତୁମେ ଭରି ଦିଅ ମୋ ଦେହେ ଜୀବନ ।