Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Triphathy

Inspirational Children

3  

Nrusingha Narayan Triphathy

Inspirational Children

ଖଜାନା

ଖଜାନା

1 min
189



ଧନ ପାଇଁ ମନ ହୁଏ ଛନ ଛନ

ମଣିଷର ସହଜାତ

ଧନକୁ ନେଇକି ହୁଏ ସଂଗଠିତ

କଳିର ମହାଭାରତ ll


ଖଜାନା ପାଇଁକି ରାଜା ଓ ଫକୀର

ଅଭିଳାଷ ସଭିଙ୍କର

ଧନ ସଂଗ୍ରହର ଲାଳସା ରାଜାର

କରିଥାନ୍ତି ଅତ୍ୟାଚାର ll


ଲୁଚାଇ ରଖନ୍ତି ଧନ ଓ ରତନ

ଗୁପ୍ତ ସ୍ଥାନମାନଙ୍କରେ

ରାଜାଙ୍କର ଅନ୍ତେ ସ୍ଥାନଟି ଅଜଣା

ହୁଏ ସୁପ୍ତ ଖଜାନାରେ ll


ଚୋର ଡକାୟତ ଖଜାନା ଲୋଭରେ

ବୁଲେ ଦେଶ ଦେଶାନ୍ତର

ଖଜାନା ନାମରେ ତିଆରି ହୁଅଇ

ଗପ ଯେ କାଳ୍ପନିକର ll


ଭୁତ ପ୍ରେତ ପରୀ ଗପର କାହାଣୀ

ଖଜାନା ର ସମ୍ପର୍କରେ

ଶୁଣିଲେ ଆନନ୍ଦ ଆସଇ ମନରେ

ମନଭରେ ଉତ୍ସାହରେ ll


ଖଜାନାରେ ନାମେ ରହିଛି ପୂରିତ

ଅନେକ ଗପର କଥା

ଖଜାନା ରାଜାଙ୍କ ଧନର ଭଣ୍ଡାର

ଗୁପତ ରହସ୍ୟ ଗାଥା ll


ସୁନା ରୁପା ଚାନ୍ଦି ଡାଏମଣ୍ଡ ମୁକ୍ତା

ଭୂଷଣରେ ସାଜସଜା

ସାପ ଓ ଭଲୁକ ଖଜାନା ଜଗନ୍ତି

ଶୁଣିଲେ ଲାଗଇ ମଜା ll


ହୀରା ରୁପା ସୁନା ତେଜରେ ଚମକେ

ଖଜାନାର ଗୁପ୍ତସ୍ଥାନ

ଖଜାନା ନେଇକି ଗପର ସୃଜନୀ

ତିଆରି କରନ୍ତି ଜନ ll


କାଟୁନ ଚାନେଲ ଦେଖାଏ ଖଜାନା

ପିଲାଙ୍କର ଉତ୍ସୁକତା

ଗପର ଦୃଶ୍ୟକୁ ଆଗ୍ରହେ ଦେଖନ୍ତି

ଖଜାନାର ନାନା କଥା ll


ଅବାସ୍ତବ କଥା ସତ୍ୟ ଯେ ନୁହଁଇ

ସର୍ବଦା ମନେ ରଖିବା

ସତ୍ୟର ସନ୍ଧାନେ ମନକୁ ଯୋଡ଼ିଲେ

ସଦା ଆନନ୍ଦ ହୋଇବା ll



Rate this content
Log in

Similar oriya poem from Inspirational