କହିତ ହୁଏନି
କହିତ ହୁଏନି
ସବୁ କଥା କେବେ କହିତ ହୁଏନି
କିଛି ବାକି ରହିଯାଏ
କେତେବେଳେ ପୁଣି ରହି ହୁଏ ନାହିଁ
ଅଜାଣତେ କହିଦିଏ (୧)
ତୁମର ଓ ମୋର ଦୁଃଖର ହିସାବ
କେବେ ମୁଁ ତ ରଖେ ନାହିଁ
ତୁମେ ରଖୁଥିଲେ ରଖୁଥିବ କେବେ
ସେ କଥା ମୁଁ ଜlଣେ ନାହିଁ (୨)
ତୁମେ ମୋ ପାଖରେ ଥାଅ ବା ନଥାଅ
ଥାଅ ସଦା ମୋ ମନରେ
ତୁମ ମୋ ପ୍ରେମରେ ତୁମେ ମୋ ସ୍ନେହରେ
ଥାଅ ମୋ ଆଖ ପାଖରେ (୩)
ମୁଁ ତୁମ ଗୀତରେ ଥାଏ ବା ନଥାଏ
ତୁମେ ମୋ ଗପ ରେ ଥାଅ
ଗଲା ଅତୀତର ସୁନ୍ଦର ସୃତିର
ସାଥି ହୋଇ ରହି ଥାଅ (୪)