Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Prusty

Others

5.0  

Purnima Prusty

Others

କହିଦିଅ ଥରେ ହୃଦୟ ଖୋଲି

କହିଦିଅ ଥରେ ହୃଦୟ ଖୋଲି

1 min
329


କେତେ ତୁମେ ରୋକିବ ନିଜକୁ
କହିଦିଅ ଥରେ ହୃଦୟ ଖୋଲି
ଶୁଣିବାକୁ ଚାହେଁ ତୁମରି ମୁଁହରୁ
ତୁମେ ମତେ ଭଲପାଉଛ ବୋଲି...
ରହି ମୁଁ ପାରୁନି ତୁମ ବିନା ଆଉ
କହିଦିଅ ତୁମେ ମୋର ଖାଲି
ହସି ହସି ଦୁଃଖ ସହିଯିବି ସବୁ
ଦୁନିଆକୁ ବି ଯିବି ମୁଁ ଭୁଲି...
ନୀରବେ ମନକୁ ଅନୁମତି ଦେଲି
ତୁମକୁ ଭଲ ପାଇବ ବୋଲି
ଖୋଜିବ ନାହିଁ ମନକୁ ତୁମର
ତୁମ ମନକୁ ମୁଁ ଚୋରେଇ ନେଲି...
କହୁଛି ଆଜି ମୁଁ ହୃଦୟରୁ ମୋର
ତୁମକୁ ହିଁ ଭଲ ପାଉଛି ବୋଲି
ତୁମ ପାଖେ ମୋର ଏତିକି ପ୍ରାର୍ଥନା
ବଞ୍ଚିଥିବା ଯାଏ ମତେ ଯିବନି ଭୁଲି...


Rate this content
Log in