Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Purnima Prusty

Others

4.1  

Purnima Prusty

Others

କହିବାର ଥିଲା

କହିବାର ଥିଲା

1 min
240


କହିବାର ଥିଲା ଅନେକ କିଛି

ଶବ୍ଦ ସବୁ କାଇଁ ରୁଷି ବସିଛି

ଲେଖିବାର ଥିଲା ଅନେକ କିଛି

କଲମ ମୋ କାଇଁ ମାନ କରିଛି


ଚାଲିବାର ଥିଲା ଅନେକ ପଥ

ଚଲା ପଥ ଯେ କଣ୍ଟାରେ ଭରିଛି

ଯନ୍ତ୍ରଣା ଭରା ଏ ନିରୀହ ହୃଦୟ

ପ୍ରତି ମୁହୂର୍ତ୍ତରେ ରକତେ ଭିଜୁଛି


ଗଢିବାର ଥିଲା ସ୍ୱର୍ଗର ମହଲ

ବିଶ୍ୱାସ ଭରଷା ହଜି ଯାଇଛି

ବିରହ ଜୁଆର ଭାଙ୍ଗେ ବାଲିଘର

ହୃଦୟ କୁ ଏଠି କିଏ ବୁଝୁଛି


ସ୍ୱପ୍ନ ସବୁ ଯାହା ବୃଥା ମରୀଚିକା

ବାସ୍ତବତା ପୁଣି କାଳ ସାଜିଛି

ସପନ ସାଗରେ ଜୀବନ ନଉକା

ମଝି ଦରିଆରେ ବୁଡି ଯାଉଛି.


Rate this content
Log in