ଖାଲିର ଶୂନ୍ୟତା
ଖାଲିର ଶୂନ୍ୟତା
ଖାଲିର ଶୂନ୍ୟତା
ମନ ହେଉଥିଲା ତୁମ ହାତ ଧରି
କିଛ ବାଟ ଚାଲିବାକୁ
ଭାବୁଥିଲି ଆଜି ମନେ ମନେ ତୁମେ
କେତେ କଥା କହିବାକୁ (୧)
ସବୁ ପଛ କଥା ପଛରେ ପକାଇ
ବାଟ ଭାଙ୍ଗି ଗଲ ଚାଲି
ବୁଲି ଚାହିଁ ଲନି ଥରଟେ ପଛକୁ
କଣ ହେଲା ମୋର ବୋଲି ? (୨)
ତୁମେ ଗଲା ପରେ ଫେରିନି ଫଗୁଣ
କେବେବି ଦୁଆରେ ମୋର
ଚାରିଆଡେ ଖାଲି ଖାଲିର ଶୂନ୍ୟତା
ଅନ୍ଧକାର ହାହାକlର (୩ )
ଆଲୋକ ଦେଖିନି କବିତା ଲେଖିନି
ଖୁସିବି ହୋଇନି ଥରେ
ଭାବୁଛି ଭୁଲିବି ହେଲେଁମୁଁ ପାରୁନି
ତୁମେ ଏଠୁ ଗଲା ପରେ (୪ )