STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

କେନ୍ଦରା ଗୀତ ପଞ୍ଚବଟୀରୁ ସୀତା ଚୋରୀ 

କେନ୍ଦରା ଗୀତ ପଞ୍ଚବଟୀରୁ ସୀତା ଚୋରୀ 

2 mins
5

            କେନ୍ଦରା ଗୀତ
      ପଞ୍ଚବଟୀରୁ ସୀତା ଚୋରୀ     
    ================
କାର୍ତ୍ତିକ ମାସଟି ଭାଇ ଅତି ପୂଣ୍ୟମୟ l କେନ୍ଦରାବଜାଇ ଗୀତଗାଏ ନାଥପୁଅ ll ଗୀତଶୁଣି ନାଥପୁଅଥାଳେ ଭିକ୍ଷାଦେବ l
ଦୟା ରଖିଥିବେ ସଦା ପ୍ରଭୁ ସଦାଶିବ ll
ଶୁଣ ଶୁଣ, ରାମାୟଣ ଅପୂର୍ବ କାହାଣୀ l ନେତ୍ରୁବହିଯିବ ପାଣି କାହାଣୀକୁ ଶୁଣି ll ପିତୃସତ୍ୟ ପାଳି ରାମ ବନସ୍ତକୁ ଗଲେ l ଲଇକ୍ଷଣ ସୀତା ସହିତରେ ରହିଥିଲେ ll
ଅତି ସୁକୁମାରୀ ସୀତା ଜନକ କୁମାରୀ l ବୀର ସୁମିତ୍ରା ନନ୍ଦନ ରାମ ଧନୁର୍ଦ୍ଧାରୀ ll ଦଣ୍ଡକ ଅରଣ୍ୟେ ଏକ ବନ, ପଞ୍ଚବଟୀ l
ତହିଁ ବାସକଲେ କରି ଏକ ପର୍ଣ୍ଣକୁଟୀ ll ଆହାର କରି ବନର କନ୍ଦ, ଫଳ, ମୂଳ l ସୁଖେ ହରୁଥାନ୍ତି ଦିନ ବନବାସ କାଳ ll
କାହୁଁ ଏକ ସ୍ଵର୍ଣ୍ଣ ମୃଗ ଆସି ଏକ ଦିନେ l ନାଚିଲା କୁଟୀରପାଶ ଅତିଖୁସି ମନେ ll ମାୟାମୃଗ ଦେଖି ତହୁଁ କହନ୍ତି ଜାନକୀ l ଆହେ କାନ୍ତ ମୃଗଟିକୁ ଧରି ଆଣିବ କି ll ମାୟାମୃଗର ମାୟାରେ ଭୁଲି ରଘୁରାଣ l ଧାଇଁଲେ ମୃଗ ପଛରେ ଧରି ଧନୁର୍ବାଣ ll
କିଛି ଦୂର ଯାଇ, ତହୁଁ ମୃଗ ଦିଏ ଡାକ l
ରକ୍ଷା କର ରକ୍ଷା କର, ଲଇକ୍ଷଣ ରଖ ll ବୈଦେହୀ କହନ୍ତି ତହୁଁ ଲକ୍ଷ୍ମଣଙ୍କୁ ଚାହିଁ l ଯାଅବାବୁ ଯାଅବାବୁ ରକ୍ଷା କର ଭାଇ ll କହନ୍ତି ଜାନକୀ ଯହୁଁ ଯାଆ ବାରମ୍ୱାର l ଲକ୍ଷ୍ମଣ କହନ୍ତି କାଟି ତିନିଗୋଟି ଗାର ll
ଏ ଗାରକୁ ଡେଇଁ ମାତ କାହିଁ ନଆସିବ l ଗାରକୁ ଡେଇଁଲେ ଜାଣ ବିପଦ ପଡ଼ିବ ll ଏମନ୍ତ କହିଣ ବନେ ଚାଲିଗଲେ ବୀର l କୁଡ଼ିଆରେ ସୀତାଙ୍କର ନସ୍ଫୁରଇ ଗୀର ll କପଟୀ ରାବଣ, କାହିଁ ଲୁଚି ବସି ଥିଲା l 
ଭିକ୍ଷା ଦିଅ ଭିକ୍ଷାଦିଅ ଏକାଳେ କହିଲା ll ସୀତାସତୀ ତହୁଁ ଅବଲୋକି ମହାଯତୀ l ଭିକ୍ଷା ଦ୍ୟନ୍ତି ନିଅ ନିଅ ସରଧାରେ ଅତି ll
ଧରି ନେଇ ସୀତା ତହୁଁ କପଟୀ ରାବଣ l ବସାଇଲା ନେଇ ତାର ପୁଷ୍ପକ ବିମାନ ll ସୀତା କାନ୍ଦୁଛନ୍ତି ପୁଷ୍ପକରେ ମୁଣ୍ଡକୋଡ଼ି l ବିମାନ ଚାଲଇ ଲଙ୍କା ଦିଗେ ଉଡ଼ି ଉଡ଼ି ll ଶ୍ରୀରାମ ଆସିଣ ତହୁଁ ଦେଖି କୁଟି ଶୁନ୍ୟ l ହାସୀତା, ହାସୀତା କରି କରନ୍ତି କ୍ରନ୍ଦନ ll ସୀତାଚୋରି କଥା ଅତି କରୁଣ କାହାଣୀ l ଭିକ୍ଷା ଦିଅ, ନାଥପୁଏ କାର୍ତ୍ତିକରେ ଆଣି ll ଦୟା ରଖି ଥିବେ ସଦା ଦେବ ଦୟାନିଧି l ଧନ ଜନ ଗୋପ ଲକ୍ଷ୍ମୀ ହେଉଥିବ ବୃଦ୍ଧି ll   
              🙏🙏🙏
                 ଅର୍ଜୁନୀ
              ---------------
ଅର୍ଜୁନୀ ଚରଣ ବେହେରା
ମୋ - 7693091971


Rate this content
Log in

Similar oriya poem from Inspirational