STORYMIRROR

Shiba Charan Mahapatra

Others Tragedy

3  

Shiba Charan Mahapatra

Others Tragedy

କେବେ କେଉଁ ମୋଡରେ

କେବେ କେଉଁ ମୋଡରେ

1 min
309


ତୁମକୁ ଦେଖିଲେ

କେବେ କେଉଁ ଦିନ କେଉଁ ମୋଡରେ..

ମୋତେ ଲାଗେ..

ଓଦା ସରସର

ନିତମ୍ବ-ତନୁ-ଜାନୁ-ବକ୍ଷୋଜ-ଯୌବନ ନେଇ

ତୁମେ ବାଣ୍ଟି ଚାଲିଛ

ଆଖି ଦୃଶିଆ

ପ୍ରେମର ପ୍ରସାଦ

ସୌନ୍ଦର୍ଯ୍ୟରର ହଳଦୀ ପତ୍ରରେ..

ଆଉ ମୁଁ

ଫଟା ମାଟି କାମନା ଲାଳସା ପଛରେ

ମନ ତଳ ପାପ ପରି

ପ୍ରଛଦପଟ୍ଟ ସୁଖ ସାଜି ହସୁଥାଏ

ଆତ୍ମତୃପ୍ତିର ହସଟିଏ

ମୋ ଭିତରେ ଭିତରେ..

ତୁମେ

ମୋତେ ଗେଲ କର..

ଚୁମ୍ବନ ଦିଅ..

ମୋ ଶରୀରରେ ବୁଡି ଯାଅ..

ନିଜେ ନିଜକୁ

ନୂଆ ପରିଚୟ ଦିଅ..

ପୁଣି

ପରିଶେଷରେ

ଆଧୁନିକତାର ଉଷୁମ ପାଣିରେ

ତୁମ ପବିତ୍ରତାକୁ ନିଗାଡି ଦିଅ..

ହଁ..

ତୁମର ବା ଯୋର୍ କେତେ..??

ମେଘ ଗର୍ଜନରେ

ପୃଥିବୀକୁ ଅନ୍ତସତ୍ତ୍ୱା କରୁଥିବା

ବିନ୍ଦୁଏ ଜଳ କଣା ତୁମେ..

ଯିଏ

କେବେ ବିଶ୍ବାସର ନାମ ନିଏ ତ

ଆଉ କେବେ

ବିନାଶର କାରଣ ହୁଏ..।


Rate this content
Log in