Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

କବିତାର ଠିକଣା

କବିତାର ଠିକଣା

1 min
6.5K


 କବିତାର ଠିକଣା 

ଛିଣ୍ଡା, ଲୋଚା, ମୋଡା କାଗଜ କେଇଖଣ୍ଡ

ପଚାରୁଛନ୍ତି ମୋତେ, 

କାହିଁକି ଫିଙ୍ଗିଦେଲ ? କହିଲି,

ଲୋକେ ସିନା କହୁଛନ୍ତି କବିତା,

କିନ୍ତୁ ଏଗୁଡ଼ିକୁ ପଡୁଛି କିଏ ? ବୁଝୁଛି କିଏ ?

 

କାହାର ବା ଦରକାର ?
ଭାଵ ଆଉ ଆବେଗର ଅଭିବ୍ୟକ୍ତି, ଭାଷା ଓ ସାହିତ୍ୟ,
ଛାଡିଦେଲେ ମୁଷ୍ଟିମେୟ
ପାଗଳ ଗାରଦରୁ ଖସି ଆସି
ସମାଜରେ ବଞ୍ଚିଚାଲିଥିବା ଵଦ୍ଧ ପାଗଳଙ୍କୁ,
ସବୁ ତ ବଂଚିବାରେ ଲାଗିଛନ୍ତି
କେବଳ ନିଜ ଲାଗି,
ସେଥିପାଇଁ ଡଷ୍ଟବିନରେ ଫିଙ୍ଗିଦେଲି ଲେଖା 

କିଛି ଲୋଚାକଚା କାଗଜ
ବୁଝିଲି ... ଏତେ ଦିନ ପରେ
ଡ଼ଷ୍ଟବିନ୍ ହିଁ ଏକମାତ୍ର କବିତାର ଠିକଣା,
କବିତାର ଠିକଣା ।

@କାଶ୍ୟପ, ରାମ ବିଶୋଇ ।
ରାତ୍ର-୧୨-୫୪ ମିନିଟ,
ତା-୧-୧୨-୧୬, ରାୟଗଡା ।


Rate this content
Log in