Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational Others

2.6  

Jayashree Maharana

Inspirational Others

କବିତା

କବିତା

1 min
183


ଭାବନାରେ ରଙ୍ଗାୟିତ ଶବ୍ଦରେ ଚିତ୍ରିତ

ଭିନ୍ନ ଭିନ୍ନ ଭାଷା ଶୈଳୀ ସର୍ବଦା ଜୀବନ୍ତ

କବି କଲମରେ ଗଢ଼ା   ସୁନ୍ଦର ଅସ୍ତିତ୍ୱ

ସୃଜନୀର ରୂପରେଖ  ସାହିତ୍ୟରୁ ଜାତ ।


ନାନା ରାଗ ଅଳଙ୍କାର ଉପମା ନିହିତ

ଛନ୍ଦଭରା ଛନ୍ଦହୀନ ଢଙ୍ଗରେ ରଚିତ

ଅନୁରାଗେ ସୁସଜ୍ଜିତ  ବନ୍ଧନରୁ ମୁକ୍ତ

ପାଠକର ହୃଦୟକୁ  କରିଦିଏ ତୃପ୍ତ ।


ସମାଜର କଥା କହେ ବଖାଣେ ଅତୀତ

ଆଶା ଆକାଂକ୍ଷାରେ ପୂର୍ଣ୍ଣ ରଚେ ଭବିଷ୍ୟତ

ପ୍ରକୃତିର ଶୋଭରାଶି  ଶରୀରେ ବର୍ଣ୍ଣିତ

ଜୀବନ ଦର୍ଶନ ଶିକ୍ଷା   ଦିଏ ସାରତତ୍ତ୍ୱ ।


ପୋଥି,ପୁରାଣ ଆହ୍ୱାନ ବାର୍ତ୍ତା ପରିପ୍ଳୁତ

କବିତା ନାମରେ ସାରା ସଂସାରରେ ଖ୍ୟାତ ।



Rate this content
Log in

Similar oriya poem from Inspirational