Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshay Kumar Behera

Others

5.0  

Akshay Kumar Behera

Others

ଜୀବନ କୁ ଦେଲି ଚିଠି

ଜୀବନ କୁ ଦେଲି ଚିଠି

1 min
561



ଅକ୍ଷୟ କୁମାର ବେହେରା


ହେ ପୂଜ୍ୟ ଜୀବନ ଘେନ ନିବେଦନ

ଜଣାଏଁ ଦେଇ ସମ୍ମାନ,

ଜୀବନୁ ମରଣ ଆଉ କେତେ ଦିନ

କହି ଦିଅ ମତେ ଧନ ।୧।


ଚାଲିବାକୁ ଏଇ ଜୀବନ ପଥରେ

ରହିଗଲା କେତେ ବାଟ,

କହି ଦେଇ ଥିଲେ ହିସବ କରନ୍ତି

କେତେ ଦିନ ପ୍ରାଣ ନାଟ ।୨।


ତେଲ, ଲୁଣର ଏ ମିଛ ସଂସାରରେ

ବଞ୍ଚିବାକୁ କଷ୍ଟ ଭାରି,

ଭଲ ମନ୍ଦ କିଛି ଜଣା ନାହିଁ ମତେ

କହିଦିଅ କୃପାକରି ।୩।


ପାପ କରିଛି ନା ପୂର୍ଣ୍ୟ ଅରଜିଛି

ଏଇ ଜନମରେ ମୁହିଁ,

କିଫଳ ପାଇବି କ'ଣ ଯେ ଭୋଗିବି

ଦିଅ ତୁମେ ମତେ କହି ।୪।


ଅବାଟରେ ଯଦି ପାଦ ଖସିଯାଏ

କୋଳକୁ କୋଳେଇ ନେବ,

ପୂର୍ଣ୍ୟର ପଥରେ ହାତଧରି ମତେ

ଚାଲିବା ଶିଖାଇ ଦେବ ।୫।


ସଂସାର ସାଗରେ ତୁମେ ମୋ ନୈକା

ବିବେକ ମୋ ନାଉରିଆ,

ବିବେକ ରୂପରେ ସ୍ବୟଂ ଭଗବାନ

କରନ୍ତୁ ମୋ ଠାରେ ଦୟା ।୬।


ସୁଖରେ ଦୁଃଖରେ ପ୍ରତି ମୂହୁର୍ତରେ

ତୁମେ ସିନା ମୋର ସାକ୍ଷୀ,

କେତେ କଥା ଅଛି ଲେଖି ମୁଁ ପାରେନା

ରହିଗଲା କିଛି ବାକି ।୭।


ହୃଦୟ କାଳିର ମନ ଲେଖନୀରେ

ଏଇ ଅଟେ ମୋର ଭେଟି,

ଆକୁଳ ମନରେ ବିକଳ ହୋଇ ମୁଁ

"ଜୀବନ କୁ ଦେଲି ଚିଠି" ।୮।


କେନ୍ଦୁଡିହା ବଡସାହି ମୟୂରଭଂଜ

ଭ୍ରାମ୍ୟଭାଷ:-୯୩୪୮୮୧୯୯୧୭


Rate this content
Log in