Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି କବିତା-11 : ପ୍ରାୟଶ୍ଚିତ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି କବିତା-11 : ପ୍ରାୟଶ୍ଚିତ : -ଡକ୍ଟର କୃତ୍ତିବାସ ନାୟକ

1 min
287



ଗତ ଜନମରେ ଅରଜିଥିଲି ମୁଁ ବେଶି ପାପ କିଛି ପୁଣ୍ୟ,

ପ୍ରାୟଶ୍ଚିତ ବଳେ ପାଇଛି ଆଜି ମୁଁ ତୁମର ଦୁର୍ଲଭ ମନ | (ଘୋଷା)


ପାପର ଚାପରୁ ଏତେଦିନ ଯାଏ ପାଉଥିଲି ମୁଁ ଯାତନା,

ବାଟବଣା ହୋଇ ଭୋଗୁଥିଲି ଖାଲି ତୁମ ବିରହ ବେଦନା |

ତୁମକୁ ପାଇ ମୁଁ ଏଥର ଜାଣିଲି ପାପ ହୋଇଗଲା ଶୂନ୍ୟ |

ଗତ ଜନମରେ ଅରଜିଥିଲି ମୁଁ ବେଶି ପାପ କିଛି ପୁଣ୍ୟ | (1)


ବିରହ ଶେଷରେ ଲାଗୁଛି ମଧୁର ଆଜିର ଶୁଭ ମିଳନ,

ପ୍ରେମ ରଙ୍ଗ ଆଜି ଦିଶୁଛି ସୁନ୍ଦର ଏଇ ମୋ ପୁଣ୍ୟର କାମ |

ତୁମରି ହୃଦୟ ଜିତି ପାରିବାରୁ ମଣେ ମୁହିଁ ଭାଗ୍ୟବାନ |

ଗତ ଜନମରେ ଅରଜିଥିଲି ମୁଁ ବେଶି ପାପ କିଛି ପୁଣ୍ୟ | (2)



Rate this content
Log in

Similar oriya poem from Romance