କବିତା କାନନ
କବିତା କାନନ
ସୁନ୍ଦର ଅତି ସୁନ୍ଦର ଲାଗେ
କବିତା କାନନ,
ଫୁଲେ ଫୁଲେ ବାସ ଭରି ଥାଏ
ଶୋଭାର ଭୁବନ ।
ପଦ ପଂକ୍ତିର ପାଖୁଡ଼ା ମେଲି
ଦିଶେ ମନୋହର,
ଭାବର ମହକ ଥାଏ ଭରି
ହୃଦେ କରି ଘର ।
ମୁଗ୍ଧହୁଏ ଭାବୁକ ଦର୍ଶକ
ପାଏ ଶାନ୍ତି ତୃପ୍ତି,
ହୁଏ ପୁଣି ଆତ୍ମହରା
ନ ଥାଏ ସମାପ୍ତି ।
ବିଷାଦେ ଜଞ୍ଜାଳେ ଚିର ସାଥୀ
&n
bsp; ସଞ୍ଚାରେ ଜୀବନ,
ପ୍ରାଣର ସ୍ପନ୍ଦନେ ଏ ଇନ୍ଧନ
ଆଶା କରେ ପୂର୍ଣ୍ଣ ।
କବିତା କାନନ ଏଇ ମନ
ହୃଦୟ ଫଗୁଣ,
ନିତି ନିତି ଫୁଟେ ସଜ ଫୁଲ
ଲାଗଇ ପାର୍ବଣ ।
ଇଚ୍ଛାମାନେ ସବୁ ପ୍ରଜାପତି
ସଂଗୀତେ ତନ୍ମୟ,
ନବରସ ପାନରେ ମୋହିତ
ଚିର ମଧୁମୟ ।
କବିତା କାନନେ ଭ୍ରମି ଭ୍ରମି
କାଟିଲେ ସମୟ,
ଶରୀରରୁ କ୍ଳାନ୍ତି ହୁଏ ଦୂର
ମନ ନିରାମୟ ।