କବିତା ଆଉ କଣ କି
କବିତା ଆଉ କଣ କି


କବିତାର ଧାଡି ଧାରେ
କେଵେ ଦୁଃଖ କେଵେ ସୁଖ
ମନଇଛା ତାଳି ମାରେ
ପଂକ୍ତିରେ ଭାବ ଭକ୍ତି
ଜନଶ୍ରୁତି କିମ୍ବଦନ୍ତୀ ଉକ୍ତି
ମହମ ପରି ତରଳି ଗଲା ପରେ
କବିତା ଗୁଡିକ ଦୁଃଖ ନଈ ଧାରେ
ସୁଖ ବାଲିଚରେ
ଦଙ୍ଗା ହୋଇ ଭାସୁଛି ମନର ଜୁଆରେ
ଅବାସ୍ତବ କିଛି ତ ବାସ୍ତବ
ଯେମିତି ସତ ମିଛ ଯୋଡି ଗଳ୍ପ ପେଡି
ସେମିତିତ କବିତା
ଲତା ବନିତା କବିତା
ବିନା ଆଶ୍ରୟେ କେମିତି ଉଠିପାରନ୍ତା
ଅବୁଝା ମନର କଥାସବୁ ନେଇ ପକ୍ଷୀ ଉଡିଯାଆନ୍ତା
କବିତା ମୋ ଚଢେଇଟେ ଦିଗହଜା
ନହୋଇ ତା ବସା ବାନ୍ଧୁଥାଆନ୍ତା
ହୋଇ କେତେ ଆକତା ମାକତା
କବିତା ଫେରିପାଆନ୍ତା ପୂର୍ଣ୍ଣତା
ଯେବେ କବିତା ପଢିଲେ ଲାଗେ କହନ୍ତା
ଡେଣା ମେଲେଇ ଉଡ଼ିଗଲା ପରି
ଲାଗେ ପଢିଲେ ସେ ଭକ୍ତି
ଅବା ଶ୍ରଦ୍ଧା ସେବାସମ୍ପନ୍ନତା
କବିତା ଯାହା ଦିଏ ଖୁବ ଚମତ୍କାରିତା
ଲୋଟଣି ପାରାର ହୁଁ ହୁଁ ଭିତରେ କେତେ
କଥା ଗାଥା ଓ ବାର୍ତ୍ତା