STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

କବି ସ୍ରଷ୍ଟା ନୂତନତା ଭରି ଦିଏ

କବି ସ୍ରଷ୍ଟା ନୂତନତା ଭରି ଦିଏ

1 min
204


ହେ ମୋର ପ୍ରିୟ ପାଠକେ ଏହି ମୋ ଲେଖାରେ ସ୍ୱୀକାର

କରୁଛି କବିତା ଲେଖିବା ମୋର ଜ୍ଞାନ ନାହିଁ 

ଓଡିଆ ମୋ ମାତୃଭାଷା ପାଠକ ଜଣେ ମୁଁ ଲେଖୁଛି କିନ୍ତୁ

ସାହିତ୍ୟ ସାଧକ ହୋଇ ପାରି ନାହିଁ |୧|


ଓଡିଆ ଭାଷାର ଉନ୍ନତି ନିମିତ୍ତ ମୋର ତ ଭାରି ଇଚ୍ଛା ମୋ 

ଭାଷା ସାହିତ୍ୟକୁ ଜାଣିବାର ପାଇଁ 

ଛୋଟ ମୋର ମନ ମାନସରେ କବି ଓ କବିତାର ଭାବନା

ମୋର ମନକୁ ଯାଏ ତ ଛୁଇଁ |୨|


ହ୍ୱାଟ୍ସଆପ ଓ ଫେସବୁକରେ ବହୁ କବି ଆପଣମାନଙ୍କ 

ଲେଖା ପଢି ମୁହିଁ ଧନ୍ୟ ମଣି ଥାଇ 

ନିଜେ ମଧ୍ୟ ଖୁସି ହୁଏ ଜଗତ ମଙ୍ଗଳେ ଭାଷାର ଶବଦେ

ସେ କବିର କଳ୍ପନାରେ ଭାସି ଯାଇ |୩|


ବହୁ କବିଂକର କଳ୍ପନା ଓ ସାହିତ୍ୟ ସାଧନାର ଲେଖନୀ 

ମନକୁ ଅତୀବ ପ୍ରେରଣା ଦିଏ 

ତାହାର ମନ୍ତ୍ରିତ ମହକରେ ମୋ ହୃଦୟରେ ନୂତନ ସ୍ପନ୍ଦନ 

ଭରି ଭଙ୍ଗା ହୃଦୟକୁ ରାହା ଯୋଗାଏ |୪|


କବିତାର ଶବ୍ଦ ତୁଳୀର ଭାବନାରେ ଚାତୁରୀରେ ଛଦ୍ମ ଶିଳାର 

ଛବି ଆଙ୍କି ହୋଇ ପାରେ 

ଅଦୃଶ୍ୟ ଦଇବ ଭଳି ଅନ୍ଧାର ଦୂରେଇ ଗରିବ ଜନକୁ ଆଲୋକ 

ଦେଇ ସାହା ହୁଏ ତା ମନ ମଧ୍ୟରେ |୫|


ପ୍ରକୃତ କବି କେବେ ବିଭେଦରେ ଭାଙ୍ଗେ ନାହ

ିଁ ସମାଜକୁ 

କବିତା ମାଧ୍ୟମେ ଯୋଡେ ସେହି 

ସ୍ରଷ୍ଟା ସେ ସରବ ଉଜୁଡା ଅସଜଡା ସାମାଜିକ ବ୍ୟବସ୍ଥାକୁ 

ସଜାଡେ ନୁତନତା ଭରି ଦେଇ |୬|


ପୁଞ୍ଜିବାଦୀ ଶାସନତନ୍ତ୍ରରେ ଭଙ୍ଗା କୁଡିଆ ଭିତରେ 

ଗରିବ ଭୋଗୁଛି ଶୀତ କାକରର ଜୀବନ

ସମସ୍ତଙ୍କୁ ଯୋଗାନ୍ତି ଖାଦ୍ୟ ବସ୍ତ୍ର ଗୃହ କିନ୍ତୁ ଶୁଣନ୍ତି 

ପୁଞ୍ଜିପତିଠୁ ଶବଦ ଶଳା ସଇତାନ |୭|


ଗରିବ ମାଇପ ଇଜ୍ଜତ ଲୁଟି ନ୍ୟାୟ ଦ୍ୱାରେ ହୁଅନ୍ତି ରୁଣ୍ଡ  

ସଙ୍ଗେ ଧରି ତାଙ୍କର ଯେତେକ ଚେଲା

ନେତା ମନ୍ତ୍ରୀ ଓକିଲ ନ୍ୟାୟପାଳ ରକ୍ଷକ ହୋଇ ଭକ୍ଷକ 

ବନନ୍ତି ତାଙ୍କ ରକ୍ଷାକାରୀ ପୋଲିସବାଲା |୮|


କବି ତାର ଶବ୍ଦ ଯାନରେ ଛୁଇଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ରୂପ 

ଦିଏ ଜୀବନ ଗ୍ରନ୍ଥର ଗୀତିକାକୁ

ମୁଁ ତ ସାହିତ୍ୟରେ ମୂଢ଼ ଅଜ୍ଞାନ କେମିତି ପାରିବି କୁହ ଲେଖି 

ଆଖିର ଲୁହକୁ ଓଠର ଅକୁହା କଥାକୁ |୯|


ଦୁଃଖ କରେ ମନେ ମନେ ଦେଇ ପାରୁନି ଆପଣଙ୍କୁ 

ଲେଖାରେ ପ୍ରେମର ଶୀତଳ ସ୍ପର୍ଶକୁ

ଯେହେତୁ ମଧୁର ମୂର୍ଚ୍ଛନାର ଗୀତ ଯୋଡି ପାରୁନି 

ପୁରୁଣା ସେ ମୂର୍ଚ୍ଛନାର ମୂର୍ଚ୍ଛିତ ସ୍ୱରକୁ |୧୦|



Rate this content
Log in

Similar oriya poem from Inspirational