କବି ଓ ରଙ୍ଗ
କବି ଓ ରଙ୍ଗ


ସୁଖର ବି ରଙ୍ଗ ଅଛି
ଦୁଃଖର ବି ରଙ୍ଗ ଅଛି
ରଙ୍ଗ କିବା ଫରକ ଜାଣିଛି
ଜନ୍ମକଲା ମାଆ ଯେବେ
ନିଜ ଛୁଆକୁ ବିକିଛି
କାରୁଣ୍ୟତା ରଙ୍ଗ କିଏ ବା ମାପୁଛି
କୋଳେଇ କାଖେଇ ବଡ କଲା ପୁଅ
ଯେବେ ମାଆ କୁ ହାଣୁଛି
କ୍ରୋଧ ର ରଙ୍ଗ କିଏ ବା ଦେଖି ବୁଝିଛି
ରକ୍ତ ର ରଙ୍ଗ ଲାଲ ବୋଲି ଜାଣିକି
ଜାତି ଗୋତ୍ର କେତେ ଖୋଜା ଚାଲିଛି
ସବୁଜ ରକ୍ତ ନିଗାଡ଼ି ସବୁଜିମା ଭରିଛି
ତା ଅସ୍ତିତ୍ୱ କିଏ ସାଉଁଟାଉଛି
ପଶୁର ନିରୀହ ଆଖିର ରଙ୍ଗ
ଶିଶୁର କୋମଳ ଚାହାଣୀ ରଙ୍ଗ
କେତେ କାହାକୁ କବି ବି କରିଛି
ଦାରିଦ୍ର୍ୟ ର କାସାଘାତେ
କ୍ଷୁଧାର ଉତ୍ପୀଡ଼ନ ଭିତରେ
କବି ଏଯାଏଁ ରଙ୍ଗ ତା ଖୋଜୁଛି
ପୁଣି ଆକାଶ ରଙ୍ଗରେ
ପକ୍ଷୀର ଡେଣାରେ, ନଈ ସୁଅରେ
ଜୀବନ ବୀଣାର ରଙ୍ଗ
ବେସୁରାରୁ ସାହାରା ଦେଇଛି
ଦୁଃଖ ସୁଖ କାହାକୁ ଛାଡ଼ିଛି
କବି ପଦ୍ମକୁ ଦେଖୁଛି
ତା ଲାଳିମାରେ ସୁଖ ଦୁଃଖ
ସାମିଲ କରିବା ଶିଖିଯାଇଛି l