କବି ବନ୍ଦନା
କବି ବନ୍ଦନା
ମହାମାୟୀ ସିଦ୍ଧେଶ୍ବରୀ ବାଗ୍ଦେବୀ ଶାରଳା l
ମୂର୍ଖ ସିଦ୍ଧେଶ୍ୱର ହେଲା କବି ଶ୍ରୀ ଶାରଳା ll
ତପସ୍ୱୀ ଉତ୍ତମ ସେ ଭାରତୀ ତୋର ସୁତ l
ସାହିତ୍ୟ ସମ୍ପଦେ ହେଲୁ ଆମ୍ଭେ କୃତକୃତ୍ୟ ll
ଅନ୍ଧାର ଉତ୍କଳେ ପ୍ରକାଶିଲେ ଭାଷା ରବି l
ପଣ୍ଡିତେ ପାଷଣ୍ଡେ ଦେଖାଇଲେ ଭାଷା ଛବି ll
ମହାଭାରତର ଯେତେ ଜଟିଳ ବିଚାର l
ଶିଶୁ କଣ୍ଠ ଗୀତେ କଲ ଅତୀବ ସୁନ୍ଦର ll
ଭାବ,ଭାଷା,ନୀତି, ଛନ୍ଦ ପୂରିତ ପ୍ରବନ୍ଧ l
ଧର୍ମନୀତି, ରାଜନୀତି କଲ ଛନ୍ଦୋବଦ୍ଧ ll
ସର୍ବେ ହୋଇ ଏକଠୁଳ ଛନ୍ଦୋବଦ୍ଧ ଗୀତ l
ଗାଆନ୍ତି ଶୁଣନ୍ତି ଶାରଳା ମହା ଭାରତ ll
ତୁମ୍ଭେ ଅଟ ମହାକବି ଉତ୍କଳର ବ୍ୟାସ l
ନମସ୍ତୁତେ ମହାକବି ଶ୍ରୀଶାରଳା ଦାସ ll