କଅଣ ସେ କହିଯାଏ
କଅଣ ସେ କହିଯାଏ
ଗୋଲାପ ଫୁଲର ଆଭାରେ ଦେଖିଲି ,
ଗୋଲାପି ମୁହଁଟି ତାର ।
କେତକୀ ପାଖୁଡା ଆଖି ଦିଓଟିରେ,
ଭଅଁର କରିଛି ଘର ।
ରଜନୀଗନ୍ଧାର ଅତର ବୋଳି ସେ ,
ଚାଲିଗଲେ ମୋ ବାଟେ ।
ସେଇ ମହକେ ମୋ ମତୁଆଲା ମନ ,
ରାତି ଦିନ ଚହଟେ ।
ଇନ୍ଦ୍ରଧନୁର ଶାଢ଼ୀ ପିନ୍ଧି ସେ,
ହଳଦିବସନ୍ତ ଦେହେ ।
ଚୁପ୍ ଚୁପ୍ ହୋଇ କାନ ପାଖେ ମୋର,
କଅଣ ସେ କହିଯାଏ !