Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Others

3  

Prasanta kumar Hota

Others

କାଶତଣ୍ଡୀ

କାଶତଣ୍ଡୀ

1 min
117


ଜହ୍ନି ଫୁଲ ଫୁଟେ ନଦୀ ପଠା ତୁଠେ

କାଶତଣ୍ଡୀ ଫୁଲ ହସେ 

ଆଶ୍ୱିନ ଆସିଛି ଶରତ ବୋହୁଛି

ଶାରଦୀୟ ପୂଜା ଆସେ।

 

ନିର୍ମଳ ଆକାଶ ଦେଉଛି ପରସ 

ଧଳା ବାଦଲରେ ଭାସେ

କାଶତଣ୍ଡୀ ଶୋଭା ଦେଖାଉଛି ପ୍ରଭା

ହୃଦୟେ ସନ୍ତୋଷ ତୋଷେ।


ଆସିଲାଣି ଦେଖ କାଶତଣ୍ଡୀ ରୂପ

ତା ରଙ୍ଗ ମାଧୁରି ଶିରୀ

ମାଆଗୋ ଜଗଦମ୍ବା ମାଆଗୋ ମାହେଶ୍ୱରୀ 

ଆସିଛି ଆଶ୍ଵିନ ଧରି।


ପ୍ରଥମ ହସର ମୁଖ ଚାଷୀଙ୍କର

ପକ୍ଷୀଙ୍କ କାକଳି ସ୍ୱର 

ଦୂର୍ଗା ମାଆ ଆସିବେ ଶକ୍ତି ବିରାଜିବେ 

କାଶତଣ୍ଡୀ ଖର ଖର। 


ଶିଶିର ଶୋଭାରେ ଶରତ ହସେରେ 

ବିରାଜଇ କାଶତଣ୍ଡୀ

ମନ୍ମଥ ପୁଲକେ କାଶତଣ୍ଡୀ ରଙ୍ଗେ

ଯାଉଥାଏ ଦିନ ଛନ୍ଦି



Rate this content
Log in