Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mishra Manasi

Inspirational

4  

Mishra Manasi

Inspirational

କାର୍ତ୍ତିକ ପୂର୍ଣ୍ଣିମା🌹🌹🌹🌹

କାର୍ତ୍ତିକ ପୂର୍ଣ୍ଣିମା🌹🌹🌹🌹

1 min
252



ବରଷା ହଜିଲା ଶରତ ଆସିଲା

ଧରଣୀ ଶୋଭା ଦିଶିଲା

ଶାରଦୀ ଆକାଶେ ଶରଦ ଶଶୀଟା

ଖିଲିଖିଲି ହସିଦେଲା । 1।


ଶ୍ୟାମଳିମା ଅଙ୍ଗୁ ଶିଶିର ମୁକୁତା

ଝରିଲା ମାଟି ଅଙ୍ଗନେ

ନାନାବିଧ ରଙ୍ଗ ସୁବାସ କୁସୁମ

ସ୍ୱାଗତିଲେ ହର୍ଷମନେ ।2।


ସଞ୍ଜ ଶେଫାଳୀର ସଞ୍ଜୁଆ ମହକେ

କାଶତଣ୍ଡି ଲାଜେଇଲା

ହେମନ୍ତ ଆସୁଛି ଶୀତ ସବାରୀରେ

ପଦ୍ମିନୀ ବିରସ ହେଲା ।3


କୁମାର ପୁନେଇଁ ମାଟି ଦାଣ୍ଡ ମାଜି

ଜହ୍ନି ଫୁଲ କୋଠି ହସେ 

କୁଆଁରୀ କନିଆଁ ନିଶି ଚାନ୍ଦ ପୂଜେ

ଏକାଠି ମନ ହରଷେ ।4।


ମାଆ ଗଜଲକ୍ଷ୍ମୀ ଧରା ଛାଡ଼ିଗଲେ

ପୂଜା ପାରବଣ ନୀତି

ଆଶିଷ ବାଂଛିଲେ ଜଗତ ଜନଙ୍କୁ

ସୁକଲ୍ୟାଣୀ ଜଗଦ୍ଧାତ୍ରୀ ।5।


ଅଶିଣ ପୁନେଇଁ ହସିହସି ବାର୍ତ୍ତା

ହିମ କାର୍ତ୍ତିକକୁ ଦେଲା

ରାଇ ଦାମୋଦର ବେଶ ମନୋହର

ଜଗତ ନାଥ ହୋଇଲା ।6।


ମାସ ମଧ୍ୟେ ଶ୍ରେଷ୍ଠ ଧରମ ମାସ ଏ

କାର୍ତ୍ତିକ ଯେ ପୂଣ୍ୟ ମାସ

ବଡ ଓଷାବ୍ରତ ପାଳନ୍ତି ବ୍ରତୀଏ

କରି ମାସକ ହବିଷ ।7।


ମାସ ଶେଷ ପାଞ୍ଚ ଦିନକୁ ପଞ୍ଚୁକ

ବୋଲି ପ୍ରମାଣେ ପୁରାଣେ

ବକ ପଞ୍ଚମୀର ଧର୍ମ ତତ୍ତ୍ଵ ବାଣୀ

ଲେଖା କାର୍ତ୍ତିକ ପୁରାଣେ ।8।


ଅଁଳା ନବମୀ ପବିତ୍ର ଦିବସେ

ରାଧା ପାଦ ଦରଶନ

ସାକ୍ଷୀ ଗୋପାଳରେ ମନ୍ଦିର ପୀଠରେ

ହୋଇଅଛି ସମାପନ ।9।


ଚବିଶ ବରଷ ଅନ୍ତେ ଷଡ଼ ଦିନ

ଯେବେ ପଞ୍ଚୁକ ପଡିଲା

ମହାପ୍ରଭୁ ମୋର ଭକତ ଭୋଳିଆ

ନାଗାର୍ଜୁନ ବେଶ ହେଲା ।10।


କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ

ପୂରୁବ କୀରତି ଗାଥା

ଓଡ଼ିଆ ସଂସ୍କୃତି ପରମ୍ପରା କହେ

ନୌବାଣିଜ୍ୟର କଥା ।11।


ଅ କା ମା ଵଇ ପାନ ଗୁଆ ଥୋଇ

ନଦୀରେ ଡଙ୍ଗା ଭସାଇ

ଓଡ଼ିଶା ଅତୀତ ଗୌରବ ଗରୀମା

ହେଜୁଛି ଓଡ଼ିଆ ଭାଇ ।12।


Rate this content
Log in

Similar oriya poem from Inspirational