କାର୍ଗିଲ
କାର୍ଗିଲ
ସ୍ୱାଭିମାନତାର ଆଦର୍ଶେ ଦୀକ୍ଷିତ
ମାତା ଭାରତୀର ସନ୍ତାନ।
ଦେଶମାତୃକାର ଅଙ୍ଗରକ୍ଷା ପାଇଁ
ଦେଇଗଲେ ନିଜ ଜୀବନ।।୧।
ଅନେଶ୍ୱତ ମସିହା ଜୁଲାଇ ଛବିଶି
ଅମୃତମୟ ସେ ସମୟ
ବୀର ସୈନ୍ୟ ମୋର ପ୍ରାଣ ବଳି ଦେଇ
ହାସଲ କରିଲେ ବିଜୟ।।୨।
ସହିଦ ରକ୍ତରେ ସିକ୍ତ ଯୁଦ୍ଧ ଭୂମି
ଗାଏ ବିଜୟର ଗାଥା।
ପ୍ରାଣ ଦେଇ ମଧ୍ୟ ତଳକୁ ନହେଲା
ମାତା ଭରତୀର ମଥା।।୩।
ବୀରତ୍ବର ଗାଥା ଗାଇଚାଲିଅଛି
ଆଜି ବି କାରଗିଲ ଭୂଇଁ।
କହି ଚାଲିଛି ସେ ଅଭିମାନର କାହାଣୀ
ମୋ ସହିଦ ସୈନିକ ପାଇଁ।।୪।
ଭାତୃଭାଵ ସହ ଅତିଥି ସଂମ୍ମାନ
ଅଟେ ମୋ ଦେଶର ଆଦର୍ଶ।
ବାଣ୍ଟି ଚାଲିଥାଉ ବିଶ୍ୱ ବ୍ରହ୍ମାଣ୍ଡରେ
ଅହିଂସାର ମିଠା ସନ୍ଦେଶ।।୫।
ତା ମାନେ ନୁହଁ କି ଭାରତବାସୀ
ଅଟନ୍ତି ଭୀରୁ ଅବା କାପୁରୁଷ।
ସ୍ୱାଭିମାନ ପାଇଁ ବୀର ଜାତି ମୋର
ଲଢେ ଏକକରି ସାହସ।।୬।
ମା ଭରତୀର ସର୍ବ ସୁରକ୍ଷା ପାଇଁରେ
ହସି ହସି ଦେଇଗଲେ ପରାଣ।
ଛାଡ଼ି ଦେଇଗଲେ ନିଜ ପରିବାର
ନିଜେ ଦେଖିଥିବା ସୁନା ସପନ।।୭।
ହେ ଭାରତୀ ମା ସଦଗତି ଦିଅ
ମୋ ସହିଦ ଭାଇର ଆତ୍ମାକୁ
ପରିବାର ତାର ସର୍ବ ସୁଖ ପାଉ
ହରାଇଛି ଯିଏ ସେମାନଙ୍କୁ।।୮।