STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କାନ୍ତକବି ଲକ୍ଷ୍ମୀକାନ୍ତ

କାନ୍ତକବି ଲକ୍ଷ୍ମୀକାନ୍ତ

1 min
213


ଆମର ଉତ୍କଳ ମାଟିରେ ତୁମେ ଜନ୍ମ ନେଲ

ହେ କାନ୍ତ କବି ତୁମ ସୃଷ୍ଟିକୁ ତୁମେ ଅର୍ପିତ କରିଲ

ତୁମରି ଉଚ୍ଚ କୋଟିର ସୃଜନୀ ମନକୁ ଆନନ୍ଦ ଦିଏ

ତୁମରି ଜ୍ଞାନ ଗାରିମା ଦେଖି ଉତ୍କଳ ଜନନୀ ଧନ୍ୟ ହୁଏ

ତୁମେ ରଚିଗଲ କେତେ କାବ୍ୟ କବିତା ନୀତି

ଉତ୍କଳରେ ଯୁଗ ଯୁଗ ପାଇଁ ତାହା ହୋଇଛି ସାଇତି

ତୁମରି ଲେଖନୀରେ ପ୍ରକୃତି ର ଶୋଭା ଫୁଟି ଉଠିଛି

ଶବ୍ଦ ର ଅଳଙ୍କାର କେତେ ଯେ ପ୍ରତି ବାକ୍ୟରେ ଅଛି

ତୁମରି ଗାଁ ମାଟି ଧନ୍ୟ ହୋଇଛି ତୁମ ପରି ସୁଯୋଗ୍ୟ ସନ୍ତାନ ପାଇ

ଉତ୍କଳ ନର ନାରୀ ଜୀବନ ହୁଏ ସାର୍ଥକ ତୁମ ଗୀତକୁ ଗାଇ 

ବନ୍ଦେ ଉତ୍କଳ ଜନନୀ ଆଜି କୋଟି କଣ୍ଠ ରେ ଗୁଞ୍ଜରିତ ହେଉଅଛି

ଉତ୍କଳ ମାଟିର ସେ ଜାତୀୟ ସଂଗୀତ ହୋଇ ବୋଲା ଯାଉଅଛି

ତୁମ ପାଇଁ ଆମେ କେତେ ଅମୁଲ୍ୟ କାବ୍ୟ ପାଇଲୁ

ତୁମ ପରି କବିଙ୍କ ପାଇଁ ନିଜକୁ ଗର୍ବ କରିଲୁ

ତୁମରି ଚରଣେ ଜଣାଉଅଛୁ ଆମର ଭକ୍ତିର ପ୍ରଣତି

ସାହିତ୍ୟରେ ଆମ ମନ ରହି ଥାଉ ଚିରଦିନ ଦିଅ ଆଶିଷ ନୀତି



Rate this content
Log in

Similar oriya poem from Inspirational