Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyadarshini Mishra

Abstract

4  

Priyadarshini Mishra

Abstract

କାନ୍ଦୁଛି ଧରଣୀରାଣୀ

କାନ୍ଦୁଛି ଧରଣୀରାଣୀ

1 min
163


କାନ୍ଦୁଛି କାନ୍ଦୁଛି ଧରଣୀ ରାଣୀ 

ହେଜି ଅତୀତ କାହାଣୀ,

କୋଳଶୂନ୍ୟ ପ୍ରାୟ ହେଉଅଛି ତା'ର

ହଜୁଛି ତା କୋଳେ ପ୍ରାଣୀ l(୧)


ଅତୀତରେ ତାର ପଣତକାନି

ପୁରିଥିଲା ତହିଁ ଘନ ବନାନୀ,

ଆଜି ସେଠି ମରୁ ଦେଖି ହେଉନି 

ନିଆଁ ଜ୍ଵାଳାକୁ ସେ ସହି ପାରୁନି l(୨)

 

କୋଳ ଶୂନ୍ୟ ବିଶ୍ଵତାପନ ପାଇଁ 

ସବୁ ଧ୍ଵଂସ ପ୍ରାୟ ମଣିଷ ପାଇଁ,

ଭବିଷ୍ୟତ କଥା ନ ଚିନ୍ତି ଚାହିଁ

କେବଳ ନାଶୁଛି ତା ସ୍ଵାର୍ଥ ପାଇଁ l(୩)


କାରଖାନା ଧୂଆଁ ବିଷଟା ପୁଣି

ବ୍ୟାପୁଅଛି ବିଶ୍ଵେ ଭାଳେ ଧରଣୀ,

ସାଗର ଲଙ୍ଘୁଛି ଭୂମିକୁ ପୁଣି l

କେତେ ଝଡ଼-ଝଞ୍ଜା ସୁନାମି ଆଣି l(୪)


ମହାମାରୀ ଆସି ପହଞ୍ଚିଲାଣି

ଚୀନର ଦୋଷରେ କୋଟି ମଲେଣି,

 ଦେଶ-ବିଶ୍ଵ ସାରା ବ୍ୟାପି ଗଲାଣି 

କମୁନି ମରଣ ଏ କି ଭାଳେଣି l(୫) 


ପାପ କର୍ମ ପୁଣି ସହି ହେଉନି

ଦଇବ କି ବ୍ୟଥା ଜାଣି ପାରୁନି,

ନାରୀ ନିର୍ଯ୍ୟାତନା ଶୁଣି ହେଉନି

ସେ ପାଇଁ କାନ୍ଦୁଛି ଧରଣୀରାଣୀ l(୬)


ପ୍ରଦୂଷଣ ଯେତେ ବଢୁଛି ପୁଣି

ଅବିବେକୀ ଯେତେ ନର ହେଲେଣି ,

ଫାଇଲିନ୍ ହୁଡ୍-ହୁଡ୍ ଓ ଫନି

ୟାଶ୍ ପରି ଆସେ ବିପଦ ଜାଣି l(୭)


ଜାଗରେ ମଣିଷ, ମା' ତୋ ଧରଣୀ

ସଭିଏ ସନ୍ତାନ ଭାଇଭଉଣୀ,

ସୁରକ୍ଷା କର ତା କର୍ତ୍ତବ୍ୟ ଜାଣି

କାନ୍ଦିବନି ଆଉ ଧରଣୀରାଣୀ l(୮)



Rate this content
Log in

Similar oriya poem from Abstract