Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Tragedy

3  

DILIP KUMAR SAHOO

Tragedy

କାନ୍ଦେନି ବୋଉ

କାନ୍ଦେନି ବୋଉ

1 min
180


 କାନ୍ଦେନି ବୋଉ ଭାଙ୍ଗିଯିବ କାଳେ     

ବାପାଙ୍କର ଏବେ ନିଦ

ଶୋଇପଡିଛନ୍ତି ନିଘୋଡ ନିଦରେ

ଅରୀ ସାଥେ କରି ଯୁଦ୍ଧ ।


ତାଙ୍କ ଦେଶପ୍ରେମ ତାଙ୍କ ବୀରଗାଥା

ସବୁରି ଓଠରେ ଆଜି

ଦେଶର ସୀମାକୁ ଜଗିଥିଲେ ବାପା

ଜୀବନ ଲଗାଇ ବାଜି ।


ଛୁଟିରେ ଯେବେଲତ ଆସୁଥିଲେ ସିଏ

ହସୁଥିଲା ଆମ ଘର

ଫେରିଗଲା ବେଳେ ସବୁରି ଆଖିରୁ

ଝରୁଥିଲା ଲୁହଧାର ।


ଏଥର ମୋ ବାପା ଆସିଛନ୍ତି ଆଉ

ସୀମାକୁ ଯିବେନି ଫେରି

ଫେରିବେନିବୋଲି ଆମ ଗାଆଁ ସାରା

ସଭିଏ ହୁଅନ୍ତି ଝୁରି ।


ତ୍ରିରଙ୍ଗା ପତାକା ଘୋଡାହୋଇଅଛି

ଆଜି ତ ତାଙ୍କରି ଦେହେ

ବିଗୁଲ ସ୍ୱରରେ ବନ୍ଦୁକର ମୁନ

ତାଙ୍କ ଆଗେ ନଇଁଯାଏ ।


ବୀର ବୋଲି ତାଙ୍କୁ ଶେଷ ସନମାନ

ଦେଉଅଛି ଆଜି ଦେଶ

ତାଙ୍କ ଯଶ ଗୀତି ଗାଉଥିବ ସଦା

ଆମ ଗାଆଁ ଇତିହାସ ।


ବାପା ଚାଲିଗଲେ ଅଫେରା ରାଇଜେ

ଚିତା ଜଳେ ଦାଉଦାଉ

କାନ୍ଦେଲୋ ବୋଉ କାନ୍ଦେ ତୁ ଯେତେ

ଉଠିବେନି ବାପା ଆଉ।



Rate this content
Log in

Similar oriya poem from Tragedy