କାମନାର ବିନାଶରେ ଦୁଃଖର ବିନାଶ
କାମନାର ବିନାଶରେ ଦୁଃଖର ବିନାଶ
ନର ଶରୀରରେ ଜନ୍ମିଲେ ମହୀରେ
କାମନା ହିଁ ସହଚର
ତାକୁ ଯିଏ ଛାଡ଼ି ଆଗେ ଯାଏ ବଢ଼ି
ଜୀବନେ ଅମୃତ ଝର
ଝରଇ ପ୍ରତିକ୍ଷଣ
ଜୀନୋନ୍ନତି ମାର୍ଗ ଲାଗେ କେତେ ବାଗ
ବୁଝଇ ତାହାର ମନ
ଚଳେ ରଖି ସେଥିପ୍ରତି ଧ୍ୟାନ ।
କାମନା ହିଁ ଦୁଃଖ ଭରଇ ସନ୍ତାପ
ବୁଝି ପାରିଥାଏ ସିଏ
କାମନା ବିନାଶି ହୃଦୟ ଆଶ୍ବାସି
ଦୁଃଖକୁ ନିବାରିଥାଏ
ନିରୋଧି ମନ ଗତି
ଈଶ୍ବରେ ଆରାଧି କରମକୁ ସାଧି
ଫଳ ଇଚ୍ଛା ଛାଡ଼ି ମତି
କରେ ନିତି ଆତ୍ମସୁଖ ପ୍ରାପ୍ତି ।
ମଣିଷ ଜୀବନ ସୁଖଦୁଃଖ ପୂର୍ଣ୍ଣ
କରମଟି ବଳୀୟାର
ଯେଉଁ କରମଟି ଦେଇଥାଏ ଭେଟି
ଜୀବନେ ଦୁଃଖ ଅପାର
ତାହାକୁ କିଆଁ ତୋଳି
ଜଳନ୍ତା ଜୁଇରେ ନିତି ଜଳିଜଳି
ଭାଗ୍ୟ ଉଣ୍ଡାଳି ଉଣ୍ଡାଳି
ହେଉଥିବା କରମକୁ ଭାଳି ।
ମୃତ୍ୟୁ, ଜରା, ବ୍ୟାଧି ଜୀବନକୁ ରୋଧି
ହରି ନିଏ ମନସୁଖ
ଜ୍ଞାନୀ ରାଜପୁତ୍ର ଥିବାରୁ ସିଦ୍ଧାର୍ଥ
ତ୍ୟାଗୀ ଏ ଭୌତିକ ସୁଖ
କଲେ ବୁଦ୍ଧତ୍ବ ପ୍ରପ୍ତି
କାମନା ବିନାଶେ ଦୁଃଖର ବିନାଶ
ଚେତାଇ ସରବ ମତି
ଅବତାରୀ ପୁରୁଷର ଜ୍ୟୋତି ।