STORYMIRROR

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

କାମଧେନୁ

କାମଧେନୁ

2 mins
226



କାମଧେନୁ ନାମେ ଭିନ୍ନ ଭିନ୍ନ ତଥ୍ୟ

ପୌରାଣିକ କାହାଣୀରେ

କାମଧେନୁ ଶବ୍ଦ ପୁଣି ବ୍ୟବହୃତ

ରୂଢି ପ୍ରବାଦ ରୂପରେ

ସ୍ୱର୍ଗୀୟ ଗାଈ ସେ କାମଧେନୁ ନାମ

ମର୍ତ୍ତ୍ୟରେ ତା' ନାମ ଗାଈ

ଦୈବୀ ଶକ୍ତି ପୁଣି ବ୍ରହ୍ମା ବର ବେଳେ

ଇଚ୍ଛା ପୂରଣ କରଇ 

ଅମୃତ ସମାନ ଦୁଗ୍ଧ ଦାନ ସହ

ମନସ୍କାମନା ପୂରଣ 

କାମଧେନୁ ଗାଈ ନାମେ ବୈଶିଷ୍ଠତା 

ଶୁଭ ଲକ୍ଷଣ ଓ ଗୁଣ

ଭିନ୍ନ ଭିନ୍ନ ନାମେ ପ୍ରାୟ ପରିଚିତ

ପୁଣି ଭିନ୍ନ ଭିନ୍ନ କ୍ଷେତ୍ରେ 

ସୁନନ୍ଦା, ସୁରଭୀ, ସୁଶୀଳା,ସୁମନ

ନନ୍ଦା ନନ୍ଦିନୀ ନାମରେ


ସମୁଦ୍ର ମନ୍ଥନୁ ଜାତ କାମଧେନୁ

ପୁରାଣ ପୃଷ୍ଠାରେ ବ୍ୟକ୍ତ

ଦକ୍ଷଙ୍କର କନ୍ୟା ,କଶ୍ୟପଙ୍କ ପତ୍ନୀ

ପୁଣି ଏକ ଭିନ୍ନ ମତ

କାମଧେନୁ ଗାଈ ନାମ ଧାରେ ପୁଣି

ଭବ୍ୟ କାହାଣୀ ସମ୍ପ୍ରତି

ଜମଦଗ୍ନି ଋଷି ଇପ୍ସିତ ଦ୍ରବ୍ୟର

ପ୍ରାପ୍ତି ପରେ ଖୁସି ନିତି

ଏକଦା ରାଜନ ସେ' ସହସ୍ରାର୍ଜ୍ଜୁନ 

ରହି ଅତିଥି ଭାବରେ

କାମଧେନୁ ଗାଈ କେତେ ହିତକାରୀ

ଜ୍ଞାତ ହେଲେ ସହଜରେ

କାମଧେନୁ ଗାଈ ପ୍ରାପ୍ତି ହେଉ ଭାବି

ଋଷିଙ୍କୁ କହିଲେ ଧିରେ

ନାସ୍ତି ବାଣୀ ଶୁଣି ବଳର ପ୍ରୟୋଗ

ଲାଳସା ଥାଇ ମନରେ

କାମଧେନୁ ଗାଈ ଇନ୍ଦ୍ର ଦେବଙ୍କର 

ଥିଲା ଦାନ ଆକାରରେ

ସହସ୍ରାର୍ଜ୍ଜୁନଙ୍କ ହାତୁ ଖସି ପୁଣି

ଚାଲିଗଲା ସ୍ୱର୍ଗପୁରେ

ଆଶ୍ରମର କ୍ଷୟ କ୍ଷତି ଘଟାଇଲେ 

ରାଜନ ସହସ୍ରାର୍ଜ୍ଜୁନ 

କ୍ରୋଧ ଅପମାନ ବହି ହୃଦୟରେ

କ୍ରମେ କଲେ ପଳାୟନ

ପର ମୁହୂର୍ତ୍ତରେ,ପୁତ୍ର ପର୍ଶୁରାମ 

ଯେବେ ହେଲେ ଅବଗତ 

ପ୍ରତିଶୋଧ ଧାରେ ହେଲା ଆକ୍ରମଣ

ଯୁଦ୍ଧରେ କରିଲେ ହତ 


ଅନ୍ୟ ଏକ ତଥ୍ୟ ଦ୍ଵାପର ଯୁଗରେ

ଗିରି ଗୋବର୍ଦ୍ଧନ ଧାରେ

ଇନ୍ଦ୍ର ଦେବ ଆତ୍ମ ଗର୍ବ ବହି ମନେ 

ପ୍ରଳୟ

କଲେ ଗୋପରେ

ବଜ୍ର ନିକ୍ଷେପରେ ଖଣ୍ଡ ବିଖଣ୍ଡିତ

ହେଉ ଗିରି ଗୋବର୍ଦ୍ଧନ

ଏହି ଚିନ୍ତା ଇନ୍ଦ୍ରଙ୍କ ମନରେ ଥାଇ

ବାରମ୍ବାର ଆକ୍ରମଣ

ସାତ ଦିନ ବୃଷ୍ଟି ସହ ବଜ୍ରପାତ 

ପରେ ଗୋପ ସୁରକ୍ଷିତ

ନିଜ ଗର୍ବ ଅହଙ୍କାର ପାଇଁ ଇନ୍ଦ୍ର

କ୍ରମେ ହୋଇଲେ ଲଜ୍ଜିତ

କୃଷ୍ଣ ଏକ ମୂର୍ଖ ଗୋପାଳ ବାଳକ

ଭାବ ଇନ୍ଦ୍ରଙ୍କ ମନରେ

କ୍ରମେ ଅବଗତ ହେଲେ ପରଂବ୍ରହ୍ମ

ଲୀଳା ଚାଲିଛି ଗୋପରେ

କାମଧେନୁ ଗୋମାତାଙ୍କୁ ସାଥେ ଧରି

କୃଷ୍ଣ ଚରଣେ ଶରଣ

ନିଜ ଅପରାଧ ପାଇଁ କ୍ଷମା ପ୍ରାର୍ଥୀ

କ୍ଷମା କର ନାରାୟଣ

ସଞ୍ଜମ ସହିତ ପ୍ରଜାଙ୍କ ପାଳନ

ସଦା ହେଉ ସର୍ବୋପରି

ଇନ୍ଦ୍ର ପ୍ରତି ପ୍ରବୋଧନା ସହ ଶେଷ 

କୃଷ୍ଣ ଇନ୍ଦ୍ରଙ୍କ ବଇରୀ

କୃଷ୍ଣ କଥା ଶୁଣି କାମଧେନୁ କହେ

'ପ୍ରଭୁ ତୁମେ ଆମ ଇନ୍ଦ୍ର'

ଗୋ,ବ୍ରାହ୍ମଣ, ସାଧୁ ,ଧରଣୀ-ରକ୍ଷକ

ରୂପେ ଇନ୍ଦ୍ର ତୁଲ୍ୟ ଇନ୍ଦ୍ର

ଐରାବତ ଶୁଣ୍ଢ ଦ୍ଵାରା ଆଣିଥିବା

ଆକାଶ ଗଙ୍ଗାର ଜଳେ 

ନିଜ ଦୁଗ୍ଧ ସହ ହେଲା ଅଭିଷେକ 

କୃଷ୍ଣଙ୍କର ସେହି କାଳେ 

କୃଷ୍ଣଙ୍କୁ "ଗୋବିନ୍ଦ '' ସମ୍ବୋଧନ ସହ

କାମଧେନୁ କଲା ସ୍ତୁତି

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ଗୁଞ୍ଜିତ 

ହେଲା,ହେଉଛି ସମ୍ପ୍ରତି


ଆମ ସମାଜରେ କାମଧେନୁ ରୂପେ 

ଗାଈ ଅଛି ଘରେ ଘରେ

ଅବଦାନ କେତେ ଆମ ଗୋ' ମାତାର 

ପ୍ରାୟ ଜ୍ଞାତ ସହଜରେ

ଅମୃତ ରୂପକ କ୍ଷୀର ପ୍ରଦାନରେ

ପୁଣି ଗୋବର ମୁତ୍ରରେ

ଅହରହ ଅବଦାନ ଗୋ'ମାତାର 

ଜୀବନ ତା'ର ଦୁଃଖରେ

ଗୋଚର ପଡିଆ ପୁଣି ଖାଦ୍ୟାଭାବ

ସବୁ ସହି ନୀରବରେ

ଶେଷ ପରିଣତି ବୃଦ୍ଧା ଅବସ୍ଥାରେ

ପୁଣି କଂସେଇ ଖାନାରେ 

ସବୁ ଦେବାଦେବୀ ଗାଈ ଶରୀରରେ 

ଯଦି ଜାଣିଛି ମଣିଷ

ତଥାପି କାହିଁକି ଗୋ'ହତ୍ୟା ହେଉଛି

କାମଧେନୁର କି' ଦୋଷ?????



Rate this content
Log in

Similar oriya poem from Abstract