Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Classics Others

3  

Mamatamanjari Das

Classics Others

କାଳିଆରେ

କାଳିଆରେ

1 min
206


କାଳିଆରେ.....


କାଳିଆରେ ତତେ ଥରେ ଦେଖି ଦେଲେ

ଭୁଲିଯାଏ ସବୁ ମାନ ଆଉ ଅଭିମାନ

ଯୋଉ ଦୁଃଖ ପ୍ରଭୁ ମୋତେ ତୁ' ଦେଇଛୁ

ଆଉଯେତେ ସୁଖ ଦେଲେ ବି କାଳିଆ

ଲାଗେ ସବୁ ମୂଲ୍ୟହୀନ ।


ନୀଳାଚଳ ଧାମେ ତୋ ଦଇତାରୀ ବାନା

ଉଡେ ସିନା ଫର ଫର

ହେଲେରେ କାଳିଆ ସେଇ ବାନା ତଳେ

ଏ ଦଇତ ପାଇଁ ନାହିଁ କରୁଣା ତୋହର ।


ତୋ' ଦିଆ ବିଷକୁ ଅମୃତ ଭାବି ମୁଁ

ନିତି ପ୍ରତି ପାନ କରେ

ତଥାପି କାଳିଆ ଏ ରଙ୍ଗ ମଞ୍ଚରେ

ଓଠେ ହସଭରି ବଞ୍ଚିବାର ମିଛ ଅଭିନୟ କରେ ।


ଯେତେ ଦୁଃଖ ଅଛି ସବୁ ଦେ କାଳିଆ

ହେଲେ ସହିବାକୁ ଦେ ଶକ୍ତି 

ମୋ ' ଜୀବନର ଅନ୍ତିମ ସଂଧ୍ୟାରେ ଜୀବ ଗଲାବେଳେ

ଆତ୍ମା ମୋର ଯାଇ 

ତୋ' ଚରଣେ ପାଉ ମୁକ୍ତି।



Rate this content
Log in

Similar oriya poem from Classics