କାଳ
କାଳ
ଜୀବନକୁ ଯେତେ ବୁଝିବାକୁ ଗଲି
ଜଟିଳ ଲାଗିଲା ସେତେ
କେହି କହିଲେନି ସମାଧାନ ତାର
ସମସ୍ୟା ଭାବିଲେ ମୋତେ
ଖୋଜିଲି ନିଜକୁ ନିଜ ଆୟତ୍ତରେ
ନିଜକୁ ପାଇଲି ନାହିଁ
ପଛକୁ ଫେରିଣ ଯେବେ ମୁଁ ଦେଖିଲି
କେହିତ ନଥିଲେ କାହିଁ
ଏକା ମୁଁ ନଥିଲି, ମୋ ପରି ଅନେକ
ଥିଲେ ପ୍ରଶ୍ନ ମେଞ୍ଚେ ଧରି
ଶୂନ୍ୟତାକୁ ଖାଲି ମାପି ଚାଲି ଥିଲେ
ଶୂନ୍ୟ ଚାରିପଟେ ଘୁରି
ନିର୍ବାଣ ନାମରେ ନିର୍ବାପିତ ସବୁ
ଦ୍ବନ୍ଦରେ ଖେଳନ୍ତି ଖେଳ
ସରଳ ସଜ୍ଞା ତା କିଛି ନୁହେଁ ଆଉ
ସିଏ ହିଁ କେବଳ କାଳ