STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

କାକ ଭୂଷଣ୍ଡୀ

କାକ ଭୂଷଣ୍ଡୀ

2 mins
353


 

ମୂକ ସାକ୍ଷୀ ଭାବେ କାକ ଭୂଷଣ୍ଡୀ ନାମ କେବଳ 

ଯୁଗ ଯୁଗ ଧରି ଜ୍ଞାତ ଘଟଣାର ଆଦି ମୂଳ 

ପୌରାଣିକ ତଥ୍ୟ ସହ କିମ୍ୱଦନ୍ତୀ ବି ଜଡ଼ିତ

କାକ ଭୂଷଣ୍ଡୀ ର ମହତ୍ତ୍ଵ ପୁଣି ପ୍ରତିପାଦିତ 

ରାମ ଅବତାରେ ଯୁଦ୍ଧ ବେଳେ ରାବଣ ସହିତ

ଇନ୍ଦ୍ରଜିତ ନାଗଫାଶ ଦ୍ଵାରା ହେଲେ କବଳିତ 

ଗରୁଡ଼ ପହଞ୍ଚି ଯଦିଓ ରକ୍ଷା କଲା ତ୍ୱରିତ

ଶ୍ରୀରାମଙ୍କ ଶକ୍ତି ପ୍ରତି ମୋହ ହେଲା ପୁଣି ଜାତ

ସନ୍ଦେହ ମୋଚନ ଧାରେ ଭେଟି ନାରଦ ମହର୍ଷି

କ୍ରମେ ବ୍ରହ୍ମା ଓ ପରେ ଶିବଙ୍କୁ ଭେଟିଲେ ଭରସି 

ଶିବଙ୍କ ନିର୍ଦ୍ଦେଶ ଧାରେ କାକ ଭୂଷଣ୍ଡୀ ପାଶରେ

ମନର ସନ୍ଦେହ ପ୍ରକାଶ ପ୍ରାୟତଃ ଆଗଭରେ


ସେ କାକ ଭୂଷଣ୍ଡୀ ନିଜ କଥା କହିଲା ସେଠାରେ

ସତ୍ୟ ଯୁଗେ ନର ରୂପେ ଜନ୍ମି ଥିଲା ଅଯୋଧ୍ୟାରେ

ସହଜେ ଦାରିଦ୍ର୍ୟ ପୁଣି ଅନାବୃଷ୍ଟି ବି ଦେଶରେ

ସେବକ ଭାବେ ରହିଲେ ଏକ ବ୍ରାହ୍ମଣ ପାଖରେ

କ୍ରମେ ନୀତି ବାଣୀ ପ୍ରତି ଆଗ୍ରହ ନ ଥିବା ଜାଣି

ଅଭିଶାପ ବଳେ ଅଜଗର ସାପ ହେଲା ପୁଣି

ଏକ ସହସ୍ର ବର୍ଷର ଅତିକ୍ରାନ୍ତ ହେଲା ପରେ

ଇଛାମୃତ୍ୟୁ ଥିଲା ପୁଣି ସେହି ଶାପ ଆଧାରରେ

ପୁଣି ଜନ୍ମ ହେଲା ଏକ ବ୍ରାହ୍ମଣ ପରିବାରରେ

ପିତାମାତାଙ୍କ ବିୟୋଗ ମାତ୍ର କିଛି ଦିନ ପରେ

ଭୃତ୍ୟ ଭାବେ ନିଯୁକ୍ତ ଲୋମଶ ଋଷି ଆଶ୍ରମରେ

ପ୍ରତି କଥା ଶୁଣି "ହୁଁ " କହେ ପ୍ରାୟତଃ ସମ୍ମତି ରେ

କ୍ରୋଧେ ଅଭିଶାପ ଥିଲା ଋଷି ଲୋମଶ ମୁଖରେ

କାକ ସମ ଭୂଷଣ୍ଡ ରୂପ ବି ସେହି ଶାପ ଧାରେ

ମାନ ସରୋବର ପାଶେ ଥିବା ନୀଳ ପର୍ବତରେ

ବଟ ବୃକ୍ଷ ମୂଳେ ରହି କାକ ରାମ ଜପ ଧାରେ

ବର୍ଷ ବର୍ଷ ବିତି ଅଛି ରାମ ନାମ ଜପିବାରେ

ରାମ ନାମ ଜପା ମାଳି କାକ ଭୂଷଣ୍ଡୀ ହୃଦରେ


ବିଷ୍ଣୁଙ୍କର ରାମ ଅବତାରେ ଜନ୍ମ ଅଯୋଧ୍ୟାରେ

ଦର୍ଶନ ଲାଳସା ଥିଲା ବାଳ ରୂପ ଦେଖିବାରେ 

ସ୍ୱୟଂ ଶିବ ପହଞ୍ଚିଲେ ଦେଖିବାକୁ ବାଳ ରୂପ 

ଶିବ ସହ କାକ ଭୁଷଣ୍ଡ ବି ରାମଙ୍କ ସମୀପ 

ସେ ଦର୍ଶନ ଉପରାନ୍ତ ଶିବ ଗଲେ ନିଜ ପୁର 

କାକ ଭୂଷଣ୍ଡ ଚାହିଁଲା ବାଲ୍ୟ ଖେଳ ରାମଙ୍କର 

୍ରମେ ବାଳ ରୂପୀ ରାମ ସହ ହେଲା ପରିଚୟ

କୋମଳ ହାତରେ କାକ ଧରିବା ରାମଙ୍କ ଲୟ 

ଚତୁର୍ଦ୍ଦଶ ମଣ୍ଡଳ ପର୍ଯ୍ୟନ୍ତ କାକ ଗଲା ଉଡ଼ି 

କିନ୍ତୁ ବାଳୁତ ହାତରେ ରାମ ଧରି ଥିଲେ ଭିଡ଼ି

କାକ ଭୂଷଣ୍ଡୀ ପ୍ରାର୍ଥନା ପ୍ରଭୁଙ୍କ ସ୍ଵୀକାର ଧାରେ

ପର ମୁହୂର୍ତ୍ତରେ ପ୍ରଭୁ ସହ ଅଯୋଧ୍ୟା ନଗରେ


ଖୋଲା ପାଟି ବାଳ ଶ୍ରୀରାମଙ୍କ ସୁଯୋଗ ଧାରେ

କାକ ଭୂଷଣ୍ଡୀ ପଶିଲା ରାମଙ୍କ ଗର୍ଭ ଭିତରେ

ପିଣ୍ଡ ବ୍ରହ୍ମାଣ୍ଡ ଏକାଠି କ୍ରମେ ହେଲା ଅବଗତ

କୀଟ ରୂପେ ପୁଣି ପ୍ରଭୁ ବାହାର କଲେ ତ୍ୱରିତ

ନିରନ୍ତର ଦର୍ଶନ ଆଶା ବ୍ୟକ୍ତ ପ୍ରାର୍ଥନା ସହ

ପୁରୁଷୋତ୍ତମ କ୍ଷେତ୍ର ହିଁ ପ୍ରଭୁଙ୍କ ଦ୍ଵାରା ନିର୍ଣ୍ଣୟ


କାକ ଭୂଷଣ୍ଡୀ ରହିଲା ରୋହିଣୀ କୁଣ୍ଡ ପାଖରେ

କାଳ କ୍ରମେ ଶ୍ରୀମନ୍ଦିର ନିର୍ମାଣ ବି ଶ୍ରୀକ୍ଷେତ୍ରରେ

ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ଵାରା ମନ୍ଦିର ନିର୍ମାଣ ପରେ

ପ୍ରତିଷ୍ଠା ନିମନ୍ତେ ନିବେଦନ ବ୍ରହ୍ମାଙ୍କ ପାଖରେ

ମର୍ତ୍ତ୍ୟରେ ସହସ୍ର ବର୍ଷ ବ୍ରହ୍ମ ଲୋକ ଏକ ରାତି

କ୍ରମେ ଫେରି ଆସି ଜ୍ଞାତ ପରିବର୍ତ୍ତନ ସମ୍ପ୍ରତି

ଗାଲ ମାଧବ ରାଜୁତି ଥିଲା ଶ୍ରୀକ୍ଷେତ୍ର ଧାମରେ

ମନ୍ଦିର ନିର୍ମାଣ ଦାବି କ୍ରମେ ବ୍ରହ୍ମାଙ୍କ ପାଶରେ

ନିରୁପାୟ ଇନ୍ଦ୍ରଦ୍ୟୁମ୍ନ ସାକ୍ଷୀ ଯୋଗାଡ ଧାରାରେ

କାକ ଭୂଷଣ୍ଡୀ ପ୍ରତି ଇଶାରା ଦେଲେ ସେହି ଠାରେ 

ସତ୍ୟ ସତ୍ୟ ,ଇନ୍ଦ୍ରଦ୍ୟୁମ୍ନ ରାଜା ହିଁ ନିର୍ମାଣକାରୀ 

କାକ ଭୂଷଣ୍ଡୀ ମୁଖରେ ବ୍ୟକ୍ତ ସତ୍ୟ ସର୍ବୋପରି

ବିବାଦ କ୍ରମଶଃ ଲୋପ ସାକ୍ଷୀ ମତ ବ୍ୟକ୍ତ ଧାରେ

ମନ୍ଦିର ପ୍ରତିଷ୍ଠା ହେଲା ଭବ୍ୟ ବିଧି ବିଧାନ ରେ 


କ୍ରମେ କାକ ଭୂଷଣ୍ଡୀ ପତିତ ରୋହିଣୀ କୁଣ୍ଡରେ

ଚତୁର୍ଭୁଜ ରୂପ ଧରି ଗମନ ବିଷ୍ଣୁ ଲୋକରେ

ଗରୁଡ଼ ମନର ସନ୍ଦେହ ବି ହେଲା ଦୂରୀଭୂତ

ସେଇ ପ୍ରଭୁ ବିଷ୍ଣୁ ରାମ କୃଷ୍ଣ ପୁଣି ଜଗନ୍ନାଥ

ଧନ୍ୟ ସେ କାକ ଭୂଷଣ୍ଡୀ ,ଧନ୍ୟ ତାହାର ବୃତ୍ତାନ୍ତ

ରୋହିଣୀ କୁଣ୍ଡ ପାଖରେ ପ୍ରମାଣ ଅଛି ଜୀବିତ

କେତେ ଲୀଳା ପ୍ରଭୁଙ୍କର ,ପୁଣି ସବୁରି ମୂଳରେ

କାକ ଭୂଷଣ୍ଡୀ ସମାନ ଭକ୍ତି ରହୁ ହୃଦୟରେ



Rate this content
Log in

Similar oriya poem from Abstract