Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract Others

3  

Manorama Mohanty

Abstract Others

କାହିଁ ଗଲା ମୋ ପିଲାବେଳ

କାହିଁ ଗଲା ମୋ ପିଲାବେଳ

1 min
370



ମୋ ଠାରୁ ଅନେକ ଦୂରରେ ମୋହର 

   ଅମାନିଆ ପିଲାବେଳ 

ସାତ ସପନ ତ ଲାଗୁଛି ଏଣିକି 

  ମୋ ବୋଉର ଉଷ୍ମ କୋଳ |

ସାଧୁ ଗଧୁ ଭିମା ସୁନ୍ଦରୀ ସୁଷମା 

 ଥିଲେ ମୋ ଥିଲେ ମୋ ପ୍ରାଣ ର ମିତ 

ସମୟର ତାଳେ ଗଲେ କେଉଁଆଡେ 

  କା ସାଥେ ହେଉନି ଭେଟ |

ଅଝଟିଆ ପଣ ଛାଡି ମୋ ଗଲାଣି 

 ବୟସ ହେବାରୁ ବେଶୀ 

କାଗଜ ଡ଼ଙ୍ଗା ମୁଁ ହାତରେ ଧରିକି 

 ଭସାଇ ହେଉନି ଖୁସି |

ଭାଙ୍ଗି ତ ଗଲାଣି ମୋ ମାଟି ସିଲଟ 

  ଗୁରୁଜୀ ଙ୍କ ନାହିଁ ଛାଟ 

ବୋହୁ ବୋହୁ ଖେଳ ଭୁଲି ମୁଁ ଗଲିଣି 

 ହଜି ଗଲାଣି ମୋ ନାଟ |

କାହିଁ ଗଲା ମୋର ଚକି ଦୋଳି ଖେଳ 

 ପାଚିଲା ପିଜୁଳି ଚୋରି 

ଚୋର ଓ ପୋଲିସ ଖେଳ ଆଉ ନାହିଁ 

 ବସୁନି ଖୁମାଣି ମାରି |

ଶୁଣିବାକୁ ଆଉ ମନ ମୋ ହେଉନି 

ବୁଢ଼ୀ ଅସୁରୁଣୀ ଗପ 

କୁଆଁର ପୁନେଇଁ ଗୀତ ବୋଲିବାକୁ 

ପକାଇ ବସୁନି ସପ |

କାହିଁ ଗଲା ମୋର ସେହି ପିଲାବେଳ

 ଛାଡି ତ ଗଲାଣି ଭୀତି 

ମନ ବଳୁନାହିଁ ଧରିବାକୁ ବୁଲି 

  ରଙ୍ଗୀନ ପରଜାପତି |

କାହିଁ ହଜିଗଲା ଆମ୍ବତୋଟା ବୁଲା 

  ଗଛ ରୁ ଗଛକୁ ଡିଆଁ 

ଗାଁ ଦାଣ୍ଡ ମୁଣ୍ଡେ ବରକୋଳି ଝାଡ଼ି 

  ଖାଇବାର ମଜା ଆହାଃ |

ବୋଉ ହାତ ଗଢ଼ା ପିଠା ପଣା ଯେତେ 

  ହଜି ହେଲାଣି ସପନ 

ହଜି ତ ଗଲାଣି ବାପାଙ୍କ ଆଦର୍ଶ 

  ଅଧୁରା ମୋ ପିଲାଦିନ |

ଭାରି ମନେପଡେ ପୁରୁଣା ଦିନ ମୋ 

  ଜହ୍ନ ଦିଶୁଥିଲା ଚାଳରେ 

ଭାଗବତ ପୋଥି ଓଈ ଖାଇଲାଣି 

  ପଢା ଶୁଭୁନାହିଁ ଟୁଙ୍ଗିରେ |

ମୋ ଭାଇ ଭଉଣୀ ବୁଢ଼ା ବୁଢ଼ୀ ହୋଇ 

 ପିଲାପିଲି ସହ ସହରେ 

ସାଙ୍ଗ ସାଥିମୋର କିଏ ଯେ କେଉଁଠି 

 ଦେଖାହେଉନି କା'ସାଥିରେ |

ସମୟ ଚୋରାଇ ନେଇଛି ସେ ଦିନ 

 ଭାବିଲେ ଲାଗୁଛି ବିକଳ 

କିଏ ସେ ଫେରାଇ ଦେବ ପିଲାବେଳ 

  ଝୁରିମରେ ସଞ୍ଜ ସକାଳ ।


Rate this content
Log in

Similar oriya poem from Abstract