Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Children

3  

Akshayakumar Dash

Action Inspirational Children

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
110


କାଗଜ ଡ଼ଙ୍ଗା କରି           

ପାଣି ସୁଅରେ ଧରି ।


ଛାଡ଼ିଲି ଗଲା ଭାସି

ପଚାରେ ଟିକି ଆସି ।


କିମ୍ପାଇଁ ଡଙ୍ଗା କରେ

ଭସାଇ ମଜା ଭରେ ।


କୁହନ୍ତି ବାପା  ଆସି

ଆମେ କଳିଙ୍ଗ ବାସୀ ।


ଦିନେ ବୋଇତ ଧରି

ସାଗର ଦେଇ ତରୀ ।


ଦେଶ ବିଦେଶ ଯାଇ

 ବେପାର ହେବା ପାଇଁ । 


ମୁହାଁଣ ନଦୀ  ଘାଟ

ବଜାର   ଘାଟବାଟ ।


ବିଭବ ଆଣୁ ଫେରି

ସାଧବ ବୋହୁ ଘେରି ।


କରନ୍ତି   ବନ୍ଦାପନା  

କାଲିକା ପରି ଅନା ।


ବୋଇତ ପୋତ ଡଙ୍ଗା

ନଉକା ଛବି ଅଙ୍କା ।


ରହିଛି  ପରମ୍ପରା 

କାର୍ତିକ ମାସେ ପରା ।


ନଈ ରେ ଛାଡି ଦେଉ

କାଗଜ ଦଙ୍ଗା ହେଉ ।



Rate this content
Log in

Similar oriya poem from Action