Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Akshaya kumar Rout

Classics Inspirational Others

3  

Akshaya kumar Rout

Classics Inspirational Others

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
16


ମନେପଡେ ପିଲାଦିନ ଶ୍ରାବଣର ସ୍ମୃତି

ରଫ ଖାତାରୁ ପୃଷ୍ଠାଟିଏ ଫାଡ଼ି,

କାଗଜର ଡ଼ଙ୍ଗାଟି କରି

ଗାଁ ଦାଣ୍ଡରେ ବହିଚାଲୁଥିବା ବର୍ଷା ପାଣିରେ

ଡ଼ଙ୍ଗା ଭସାଇବାର କଥା

ପାଣିରେ ଚାଲୁ ଚାଲୁ କେଉଁଠି ଅଟକିଗଲେ

ଅବା, ଓଲଟି ପଡିଲେ

ପାଣି ଭିତରେ ପଶି ଡ଼ଙ୍ଗାଟିକୁ ସିଧାକରି, 

ପୁଣି ପିଣ୍ଡା ଉପରେ ବସିଯାଇ 

ଡଙ୍ଗାକୁ ଏକ ଲୟରେ ଚାହିଁ ରହିବାର କଥା ।


ସ୍କୁଲ ଛୁଟିରେ ଘରକୁ ଫେରିଲା ବେଳେ

ସ୍କୁଲ ବ୍ୟାଗକୁ ମୁଣ୍ଡରେ ରଖି,

ଦୌଡ଼ି ଦୌଡ଼ି ବର୍ଷାରୁ ନିଜକୁ ବଞ୍ଚାଇବାର ପ୍ରୟାସ

ଅଧା ବାଟରୁ ବାପାଙ୍କ କାନ୍ଧରେ ବସି

ଛତା ଭିତରକୁ ଜକେଇ ଆସୁଥିବା

ପାଣି ଟୋପା ସହିତ ଖେଳିବା

ଆଜି ଵି ମନେ ଅଛି,

ସାଙ୍ଗ ମାନଙ୍କ ସହିତ

ପାଣି ଫୋଟକାକୁ ଧରିବାର ପ୍ରତିଯୋଗିତା ।


ଆଜି ବି ମନେପଡେ

ଜୀବନର ସେଇ ଅଭୁଲା ଅମୁଲ୍ୟ ମୁହୂର୍ତ୍ତ

ଆଜି ସତ ଚେଷ୍ଟା କଲେ ଵି ମିଳେନି ସେ ଦିନ

ବୟସର ରଙ୍ଗ ଫିକା ପଡ଼ିଗଲାଣି ସିନା 

ହେଲେ, ଶ୍ରାବଣର ସେଇ ସ୍ମୃତି କାଲି ଭଳି ଲାଗେ ।



Rate this content
Log in