Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh takri

Inspirational

3  

Ramesh takri

Inspirational

କା'ପାଇଁ ଜୀବନେ

କା'ପାଇଁ ଜୀବନେ

1 min
197


କା'ପାଇଁ ଜୀବନେ   ସୁବାସ କୁସୁମ

    ନ ହୋଇ ପାରିଲେ ନାହିଁ

ଆନର ପଥରେ   କାହିଁକି ରହିବି

    କଣ୍ଟକର ରୂପ ନେଇ ।


ପର ହିତ ଯଦି   କରି ନ ପାରୁଛି

    ଭାବିବିନି କା'ର ହାନି

କାହାକୁ ନିଜର   କରି ନପାରିଲେ

    ପର କା'ରେ ମଣିବିନି ।


ପରଶଂସା ଯଦି   କରି ନପାରିବି

  ନିନ୍ଦା କା'ରେ ଦେବି କାହିଁ ।


ସୁଖର କାରଣ   କାହାର ନ ହେଲେ

     ଦୁଃଖ ଦେବିନି କାହାକୁ

ପୂଣ୍ଯକାମ ଯଦି   ପାରିବିନି କରି

    ଯିବିନି ପାପ ପାଖକୁ


କାହାକୁ ହସାଇ   ନ ପାରିଲେ ନାହିଁ

    ଲୁହ କା'ରେ ଦେବି ନାହିଁ ।


ମିତ୍ର ଯଦି କା'ରେ   କରି ନ ପାରିଛି

    ଶତୃଭାବ ରଖିବିନି

ସକଳଙ୍କୁ ପ୍ରେମେ   ବାନ୍ଧି ନ ପାରିଲେ

    ଘୃଣା କା'କୁ କରିବିନି


ସେବାରେ ସନ୍ତୁଷ୍ଟ   ନ କରିଲେ ନାହିଁ

    ନିରିଦୟ ହେବି ନାହିଁ ।

    



Rate this content
Log in

Similar oriya poem from Inspirational