Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ଜୟଜୟ ଗୁରୁଦେବ

ଜୟଜୟ ଗୁରୁଦେବ

1 min
201


ହେ ମଙ୍ଗଳମୟ  ପ୍ରାତଃ ସ୍ମରଣିୟ 

  ଜୟ ଜୟ ଗୁରୁଦେବ

ଅଜ୍ଞାନ ତିମିରେ  ଉଜ୍ଜଳ ପ୍ରଦୀପ

   ସମ ହୁଅ ଉଦ୍ଭାସିତ 

   ଜୟ ଜୟ ଗୁରୁଦେବ

ତବ ପ୍ରସାଦେ ମୁଁ  ଲଂଘି ଯିବି ଗୁରୁ

  ଘୋର ଅବିଦ୍ୟା ଅର୍ଣ୍ଣବ ।।  


ଯାହାର ଆଜ୍ଞାରେ  ପଙ୍ଗୁ ଲଂଘେ ଗିରି

   ମୁକ ହୁଅଇ ବାଚାଳ

ସେ ଯେ ଜ୍ଞାନ ଗୁରୁ ସେ ଯେ ମହା ମେରୁ

   ତାଙ୍କ ମହିମା ଅପାର

    ଜୟ ଜୟ ଗୁରୁଦେବ

ତବ ଆଜ୍ଞା ବଳେ  ମୋ ହୃଦୟେ ଜଳେ

   ସ୍ଵର୍ଣ୍ଣ ପ୍ରଭା ଜ୍ଞାନ ଦୀପ ।।


ଦେଖାଇଛ ତୁମେ ସଂସାର ର ପଥ

  ବଞ୍ଚିବାର ସାହା ରାହା

ଅଜ୍ଞାନ ବାରିଧି   ତରିବା ପାଇଁକି

  ତୁମେ ହୋଇଥାଅ ସାହା

   ଜୟ ଜୟ ଗୁରୁଦେବ

ସଂସାର ଭିତରେ   ତୁମ ପାଇଁ ମୋର

   କିଛି ନୁହେଁ ଅସମ୍ଭବ ।।


ମୋ ଫୁଟା ଡଙ୍ଗାର  ତୁମେ କର୍ଣ୍ଣଧାର

   ଦେଖାଇଲ ସତ୍ୟ ପଥ

ନପସଇ ପାଣି   ନ ଉଠେ ଉଜାଣି

   ବହେ ଅନୁକୁଳ ବାତ

    ଜୟ ଜୟ ଗୁରୁଦେବ

ରାକା ରଜନି ର   ଜୋଛନା ଝରଣ

  ୟେ ଜୀବନ ପ୍ରାଣ ଧବ ।।


ଅଜ୍ଞ ନୀରନିଧି  ଜ୍ଞାନ ସେତୁ “ସିଦ୍ଧି

  ପ୍ରଦାୟକ” ମହାମନା

ବ୍ରହ୍ମା ବିଷ୍ଣୁ ମହେ-  ଶ୍ଵର ସମ ଯାର

  ସ୍ଵରୂପ ଚିତ୍ର ପ୍ରତିମା

 ଜୟ ଜୟ ଗୁରୁଦେବ

ଅନନ୍ତ ବିଶ୍ଵର  ନମସ୍ୟ ଶ୍ରୀ ଗୁରୁ

 ପଦେ କୋଟି ପ୍ରଣିପାତ ।।


ତବ ଆଜ୍ଞା ବଳେ  ଅନ୍ଧ ଲେଖି ପାରେ

  ଅଭିନବ ଗ୍ରନ୍ଥାବଳି

ଭୀମ ଭୋଇ ଯେହ୍ନେ ଗୁରୁ ଆଜ୍ଞା ବଳେ

  ରଚେ ସ୍ତୁତି ଚିନ୍ତାମଣି

  ଜୟ ଜୟ ଗୁରୁଦେବ

ଅସମ୍ଭବ ହୁଏ  ସମ୍ଭବ ହେ ତବ

  ଦିବ୍ୟ ଚାହାଣୀ ମାତ୍ରେକ ।।


ଜୟ‌ ଗୁରୁ ଦେବ ଜୟ ପ୍ରାଣ ଧବ

  ଜୟ ସତ୍ୟ ସନାତନ

ତୁମେ ପିତା ମାତା ସଖା ସହୋଦର

  ଦେଇ ଅଛ ନବ ଜନ୍ମ

  ଜୟ ଜୟ ଗୁରୁଦେବ

ଅମ୍ଳାନ ବୈଭବ  ଯା ଚରଣ ରଜ

 (ମୁଁ)ବହିଛି ମୋର ମସ୍ତକ ।।



Rate this content
Log in