Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sanuja Meghamala

Others

3  

Sanuja Meghamala

Others

ଜୟ ତୁ ଭାରତମାତା

ଜୟ ତୁ ଭାରତମାତା

1 min
165


ବୀର ପ୍ରସବିନୀ ଶକ୍ତି ପ୍ରଦାୟିନୀ

ଜୟ ତୁ ଭାରତମାତା

ଆନନ୍ଦ ଦାୟିନୀ ମଙ୍ଗଳକାରିଣୀ

ତୁହି ମାଆ ବିଶ୍ୱବନ୍ଦିତା।


ନୀଳ ପାରାବାର ଧୋଉଛି ତୋ ପାଦ

ଆନନ୍ଦରେ ନିତି ନିତି

ତୁଙ୍ଗ ହିମାଳୟ ଉଚ୍ଚେ ମଥା ଟେକି

ଗାଉଛି ବିଜୟ ଗୀତି।


ମୃଦ୍ୟୁ ସମୀରଣ ଭରି ଦିଏ ଶକ୍ତି

ଶରୀରରେ ଅବିରତ

ଫୁଲର ମହକ ଜଗାଏ ପୁଲକ

ତୋଳି କେତେ ମଧୁ ଛନ୍ଦ।


କେତେ ନଦ ନଦୀ କଳ କଳ ନାଦେ

ତୋ ବୁକେ ଯାଆନ୍ତି ବହି

ସବୁଜିମା ଭରା ଶ୍ୟାମଳ କାନ୍ତାର

ଶୋଭା ବଢାଉଛି ରହି।


ତୋହରି କୋଳରେ ମାନବ ରୂପରେ

ରାମ କୃଷ୍ଣ ଜନ୍ମିଥିଲେ

ଧର୍ମ ସଂସ୍ଥାପନେ ନ୍ୟାୟ ଯୁଦ୍ଧ କରି

ଅଧର୍ମ ବିନାଶ କଲେ ।


ମହା ପୂଣ୍ୟ ବଳେ ଜନମ ଲଭିଛି

ତୋର ପବିତ୍ର ଭୂମିରେ

ଦୁଃଖ ସହି ମାଗୋ ସୁଖ ଭରି ଅଛୁ

ମୋର ଏହି ଜୀବନରେ।


ନାନା ଅପମାନ ଯାତନା କଷଣେ

ଜର୍ଜରିତ ତୋର ଦେହ 

ତୋହରି ସନ୍ତାନ ହୋଇ ମୁହିଁ ମାତା

କେମିତି ସହିବି କହ?


ଆସୁ ଝଡଝଞ୍ଜା ସୁଖ ଦୁଃଖ ଯେତେ

ହସି ହସି ସହି ଯିବି

ତୋହରି ସେବାରେ ଏ ଛାର ଜୀବନ 

ସମର୍ପଣ କରିଦେବି ।



Rate this content
Log in