Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Inspirational Others

3  

Arjuni charan Behera

Classics Inspirational Others

ଜୟ ରାମଭକ୍ତ ତୁଳସୀ ଦାସ

ଜୟ ରାମଭକ୍ତ ତୁଳସୀ ଦାସ

1 min
153



ଜୟ ରାମଭକ୍ତ ଜୟ ସନ୍ଥ ଶିରୋମଣୀ l

ଆର୍ଯ୍ୟାବର୍ତ୍ତେ ବୁହାଇଲ ଭକ୍ତିତରଙ୍ଗିଣୀ ll

ଭକ୍ତି ମୟ କାବ୍ୟ ରଚି ଶ୍ରୀରାମ ଚରିତ l

ମାନସ ସରୋବରରେ ଧରା କଲ ସ୍ନାତ ll

ରସାଳ ଅବଧି ଭାଷା ରସୋତ୍ତୀର୍ଣ୍ଣ ଛାନ୍ଦ l

ସାହିତ୍ୟ କୁସୁମ ଦୋହା ରସମୟ ବନ୍ଧ ll

ଅପୂର୍ଵ ଗ୍ରନ୍ଥ ମାନସ ସାରା ସଂସାରରେ l

ପୂଜାପାଏ ଗ୍ରନ୍ଥ ଆଜି ପ୍ରତି ଘରେଘରେ ll

ହନୁମାନେ ଦୟା କଲେ ଲଭିଲ ଦର୍ଶନ l

ଚିତ୍ରକୂଟେ ସ୍ୱଚକ୍ଷୁରେ ଶ୍ରୀରାମ ଲକ୍ଷ୍ମଣ ll

କଥା ଅଛି, ଚିତ୍ରକୁଟେ ସନ୍ଥ ସମାଗମେ l

ତୁଳସୀ ତିଳକକଲେ ଶ୍ରୀରାମଲକ୍ଷ୍ମଣେ ll

ଧନ୍ୟ ତୁମ୍ଭ ପତ୍ନୀ ମହିୟସୀ ରତ୍ନାବଳୀ l

ହୃଦୟେ ସ୍ଫୁରିଲା ରାମଭକ୍ତି ଖାଇ ଗାଳି ll

ମେଦ,ସ୍ବେଦ,ମଳପୂର୍ଣ୍ଣ ଶରୀର ମୋହର l

ଛାଡ଼ି କର ରାମ ଭକ୍ତି ଭବୁ ହେବ ପାର ll

ତୀକ୍ଷ୍ଣଶର ପ୍ରାୟେ କଥା ହୃଦୟ ଭେଦିଲା l

ସନ୍ଥ ଶ୍ରୀତୁଳସୀଦାସ ହେଲ ରାମବୋଲା ll

କଳି ଯୁଗ ପାଞ୍ଚି ଆସେ ମାନସେ ହରଣ l

ପ୍ରହରୀ ସାଜିଲେ ରାମ ଧରି ଧନୁର୍ବାଣ ll

ରାମ ଚରିତ ମାନସ ନିଶ୍ଚେ ଶ୍ରେଷ୍ଠ ଗ୍ରନ୍ଥ ll

ସ୍ୱୀକୃତ କରିଲେ ସ୍ୱୟଂ କାଶୀ ବିଶ୍ୱନାଥ ll

ଦୋହାବଳି,ଗୀତାବଳି, ଜାନକୀମଙ୍ଗଳ l

ବିନୟ ପତ୍ରିକା ସାଥେ ପାର୍ବତୀ ମଙ୍ଗଳ ll

ଏକୁଏକ ଅଟେ ରତ୍ନ ସାହିତ୍ୟ ଭଣ୍ଡାରେ l

ଶ୍ରୀ ହନୁମାନ ଚାଳିଶା ସବୁରି କଣ୍ଠରେ ll

ସୀତାରାମ ମୟ ତୁମେ ସଂସାରକୁ ଜାଣି l

ପ୍ରଣାମ କଲ ପ୍ରଭୁଙ୍କୁ ଯୋଡ଼ି ବେନିପାଣି ll

ସ୍ୱୟଂ ତୁମେ ବାଲମିକି ଅଂଶେ ଅବତାର l

ନମଃ ନମଃ ମହାକବି ହେ ଭକ୍ତପ୍ରବର ll

ଜୟ ଭରତ ହେ ଜୟ ହନୁ ଭକ୍ତାଗ୍ରଣ୍ୟ l

ଶ୍ରୀରାମ ଜାନକୀ ଜୟ, ଶତ୍ରୁଘ୍ନ,ଲକ୍ଷ୍ମଣ ll

             


Rate this content
Log in

Similar oriya poem from Classics