STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମାଆ ବଙ୍କ ବାସୁଳୀ

ଜୟ ମାଆ ବଙ୍କ ବାସୁଳୀ

1 min
345



ଜୟତି ଜୟତି ମାଆ ତୁ ବଙ୍କବାସୁଳୀ l

ଅପର୍ଣ୍ଣା ପାର୍ବତୀ ତୁହି ପର୍ବତଦୁଲାଳୀ ll

ଭଦ୍ରକରେ ବାସକଲୁ ତୁହି ସ୍ଵୟଂସିଦ୍ଧା l

ବଙ୍କସାହି ନାମ ମାଆ ଅତିହିଁ ପ୍ରସିଦ୍ଧା ll

ପ୍ରତ୍ୟକ୍ଷ ବରଦାୟିନୀ ବୁଦ୍ଧି ସିଦ୍ଧିଦାତ୍ରୀ l

ପୀଠକୁ ଛୁଟିଆସନ୍ତି ଦୂରୁ ଦୂରୁ ଆର୍ତ୍ତ୍ରୀ ll

ସମସ୍ତଙ୍କ ଦୁଃଖ ମାତ ଶୁଣୁ କର୍ଣ୍ଣଡେରି l

ଶଙ୍କର ଘରଣୀ ତୁହି ଅମ୍ବିକା ଇଶ୍ଵରୀ ll

ଭଦ୍ରକର ଅଧିଷ୍ଠାତ୍ରୀ ମାଆ ଭଦ୍ରକାଳୀ l

ଅଶ୍ୱବାହନୀ ଅଟୁତୁ ମା'ବଙ୍କବାସୁଳୀ ll

ଅନ୍ଧକୁ ଲୋଚନ ଦେଉ ଦରିଦ୍ରକୁ ଧନ l

ବିଦ୍ୟାର୍ଥୀକୁ ବିଦ୍ୟା ଅପୁତ୍ରିକକୁ ନନ୍ଦନ ll

କରୁଣାସାଗରୀ ମାତଲୋ କରୁଣାମୟୀ l

କରୁଣାରୁ କଣ ମାତ୍ରେ ବିପତ୍ତି ପଳାଇ ll

ବିଦ୍ୟାର୍ଥେ ଦର୍ଶନ ମାତ କରୁଥିଲି ନିତି l

ବିଦ୍ୟାର ଭଣ୍ଡାର ପୂର୍ଣ୍ଣକଲୁ ଜଗଦ୍ଧାତ୍ରୀ ll

କରୁଣାକୁ ଆଶ୍ରା କରି, ରହିଛି ମୁଁ ମାଆ l

ଦୀନ ଅକିଞ୍ଚନେ ମାତ ରଖିଥିବୁ ଦୟା ll

କି ବର୍ଣ୍ଣିବି ମାତ ତୋର ମହିମା ଅପାର l

ଦୂରେଥାଇ କରୁଛି ମା' ଶତ ନମସ୍କାର ll

        


Rate this content
Log in

Similar oriya poem from Inspirational