Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Classics

2  

Kulamani Sarangi

Classics

ଜୟ ମା'

ଜୟ ମା'

1 min
111



ଆହା କା ସୁନ୍ଦର ! ମଧୁର ମୂରତି ଦଶଭୂଜା ମାଆ ମୋର ,

ସଂହାର ରୂପରୁ ଝରିପଡୁଅଛି ଅମୀୟ ଆଶିଷ ଧାର,

ମାଆ ବିଶ୍ବ ଜନନୀ,

ଖଡ୍ଗ ଶୂଳ ଖର୍ପର ଧାରିଣୀ ମା' ।


ଖଣ୍ଡ କଳାମେଘ ତଳୁ କି ଚହଟି ଆସଇ ପୂର୍ଣ୍ଣ ଚନ୍ଦ୍ରମା !

ଝରି ଝରି ଯାଏ ଶୁଭ୍ର ଜ୍ୟୋସ୍ନା ଧାରା କିଏ ଦେବ ତା ଉପମା !!

ଚୁଆ ଚନ୍ଦନ ବାସ,

ଯାଏ ଚହଟି ସହସ୍ର କୋଶ ମା'। ।


ପାଶେ ରହିଛନ୍ତି ଲକ୍ଷ୍ମୀ ସରସ୍ଵତୀ ଗଣପତି କାର୍ତ୍ତିକେୟ,

ଅବତରିଛନ୍ତି ଧରାରେ ସକଳେ ଦେବାପାଇଁ ବରାଭୟ,

ନାଶ କରି ଦୁଷ୍କୃତ,

ଦେବାପାଇଁ ଜଗତେ ସୁକୃତ ମା' ।


ତୁହି ମା'ଶକତି,ତୁହି ମା' ଭାରତୀ ଧନଲକ୍ଷ୍ମୀ ତୁ ଜନନୀ,

ଧାତ୍ରୀ ଜଗତର ତୁ ପୁଣି ସଂହାର ତୁହି ପ୍ରଭବ କାରିଣୀ,

ରକ୍ଷା କର ଅମ୍ବିକେ !

ଘୋର ବିକଳେ ଜଗତ ଡାକେ ମା'



Rate this content
Log in

Similar oriya poem from Classics