ଜୟ ମା ଲକ୍ଷ୍ମୀ
ଜୟ ମା ଲକ୍ଷ୍ମୀ
ସାଗର ଗର୍ଭରୁ ମା ତୁମେ ଜନ୍ମ ନେଲ
ବିଷ୍ଣୁ ଦେବ ଙ୍କ ତୁମେ ପତ୍ନୀ ହୋଇଲ
ଜୟ ମା ଲକ୍ଷ୍ମୀ ଜଗତ ଜନନି
ତୁମ ନାମ ନେଲେ ଦୁଃଖ ହୁଏ ଦୂର
ତୁମେ ପାଳୁ ଅଛ ମା ଗୋ ସଂସାର
ଜୟ ମା ଲକ୍ଷ୍ମୀ ତୁମେ ଠାକୁରାଣୀ
ଅନ୍ନ ବସ୍ତ୍ର ଦେଲ ମା ତୁମେ ସଭିଙ୍କୁ
ତୁମ ଯୋଗୁ ମିଳେ ନୀତି ଖାଇବାକୁ
ଜୟ ମା ଲକ୍ଷ୍ମୀ ବିଷ୍ଣୁ ପାଟ ରାଣୀ
ତୁମେ ପଦ୍ମାସନେ ମା ବିରଜିତ ହେଲ
ଦାରିଦ୍ର କଷ୍ଟ କୁ ତୁମେ ଦୂର କରିଲ
ଜୟ ମା ଲକ୍ଷ୍ମୀ ତୁମେ ପଦ୍ମାସନି
ମାର୍ଗସିର ମାସେ ପୂଜା ହୁଏ ତୁମର
ତୁମେ ବୁଲି ଆସୁଅଛ ପ୍ରତି ଗୁରୁବାର
ଜୟ ମା ଲକ୍ଷ୍ମୀ ତୁମେ ଜଗତ ପାଳିନୀ ।