STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ମା' ଜାନକୀ

ଜୟ ମା' ଜାନକୀ

2 mins
5

         ଜୟ ମା' ଜାନକୀ
        ===========
ଜୟ ଜୟ ମାଆ ଜନକ ଦୁହିତା l ଶ୍ରୀରାମବଲ୍ଳଭୀ ପତିବ୍ରତା ସୀତା ll
ଜୟ ମା ପାର୍ଥିବି ପୃଥିବୀ କୁମାରୀ l ସର୍ବସଂହା ମାତା ଧରିତ୍ରୀଙ୍କ ପରି ll ଅଯୋଧ୍ୟାନବର ସର୍ବସୁଖ ତ୍ୟାଗୀ l ବନବାସେ ହେଲ ପତିଅନୁରାଗୀ ll ବନବାସେ ଦୁଃଖ ମଣି ମହା ସୁଖ l
ବନେ ବାସ କଲ ଚାହିଁ ପତି ମୁଖ ll
ସେ ସୁଖରେ ପୁଣି ନହେଲ ଭାଜନ l
ହରି ନେଲା ଆସି, ଦୁଷ୍ଟ ଦଶାନନ ll
ଅସୁର ପୁରୀରେ ଅସୁରୀଙ୍କ ମେଳେ l
ଶୋକ କରୁଥିଲ ଅଶୋକର ତଳେ ll
ସେ ଠାବକୁ ଗଲେ, ମାରୁତି ନନ୍ଦନ l ଶ୍ରୀରାମଙ୍କୁ ଦେଲେ ତୁମ୍ଭରି ସନ୍ଧାନ ll
ଶ୍ରୀରାମ ରାବଣ ସଂଗ୍ରାମ ଲାଗିଲା l
ସତୀ ଅପମାନେ ଲଙ୍କା ଜଳିଗଲା ll
ରାବଣ -ପୁରୀରୁ ହୋଇଲ ଉଦ୍ଧାର l
ପୁଣି ହେଲା, ଅଗ୍ନି ପରୀକ୍ଷା ତୁମ୍ଭର ll ଅଯୋଧ୍ୟା ଆସିଲ ରଘୁ କୁଳ ରାଣୀ l
ଅତି ଖୁସିହେଲେ ଶାଶୁମାତା ତିନି ll
ପୁନଃ କଳଙ୍କିତ ଲୋକ ରବ, ଶୁଣି l ବିସର୍ଜିଲେ ରାମ ବିଦେହ ବନ୍ଦିନୀ ll
ବାଲ୍ମିକୀ ଆଶ୍ରମେ ହେଲ ବିସର୍ଜିତା l
ହାୟ ମା ଦୁଃଖିନୀ ଥିଲ ଅନ୍ତସତ୍ତ୍ୱା ll
କାଳେ ଜନମିଲେ ପୁତ୍ର ଲବ, କୁଶ l
ବାନ୍ଧିଲେ ଶ୍ରୀ ରାମଙ୍କର ଯଜ୍ଞ ଅଶ୍ଵ ll
ମହର୍ଷିଙ୍କ ଠାରୁ ଘୋଷି ରାମାୟଣ l ଯଜ୍ଞସ୍ଥଳେ ଯାଇ କରିଲେ ଗାୟନ ll
ପିତା ଓ ପୁତ୍ରଙ୍କ ହେଲା, ପରିଚୟ l
ଅଥୟ ହୋଇଲା ମାତାଙ୍କ ହୃଦୟ ll
ପୁନଃ ଶୁଦ୍ଧତାର କଥା ଯେଣୁ ଉଠି l
କି କହିବି ମାତ ଛାତି ଯାଏ ଫାଟି ll
ଫାଟି ଗଲେ ବସୁନ୍ଧରୀ ତତ କ୍ଷଣ l କୋଳେବସି କଲ ପାତାଳଗମନ ll ଅଶ୍ରୁଝରେ ନେତ୍ରୁ କହି ତବ ଦୁଃଖ l
କନ୍ୟା ଲଭିଥିଲେ ରାଜର୍ଷି ଜନକ ll
ଜୟ ମା' ଜାନକୀ ପୃଥିବୀ ତନୁଜା l
ଯାବତ ଚନ୍ଦ୍ରାର୍କେ ପାଉ ଥିବ ପୂଜା ll
            🙏🙏🙏
                ଅର୍ଜୁନୀ
               ----------
ଅର୍ଜୁନୀ ଚରଣ ବେହରା
ମୋ -7693091971


Rate this content
Log in

Similar oriya poem from Inspirational