ଜୟ ଜୟ କୃଷ୍ଣ ଗୋବିନ୍ଦ ହରେ
ଜୟ ଜୟ କୃଷ୍ଣ ଗୋବିନ୍ଦ ହରେ
ଜୟ ଜୟ କୃଷ୍ଣ ଗୋବିନ୍ଦ ହରେ
=============
ନନ୍ଦ ନନ୍ଦନ ହେ ନନ୍ଦନ l
ଅଙ୍ଗରେ ମଣ୍ଡିଛ ଖଣ୍ଡ ଚନ୍ଦନ ll
ମୁରଲୀଫୁଙ୍କା ହେ ମୁରଲୀଫୁଙ୍କା l
ବଙ୍କିମ ଅଧର ନୟନ ବଙ୍କା ll
ଆହେ ଗିରିଧର ନଟ ନାଗର l
ବସ୍ତ୍ରଚୋର ତୁମ୍ଭେ ଲବଣି ଚୋର ll
ଗୋପାଳ ପୁଅଙ୍କ ସଙ୍ଗରେ ହରି l
ବୃନ୍ଦାବନେ ଚରାଇଲ ବାଛୁରୀ ll
କାଣୀ ଆଙ୍ଗୁଠିରେ ପର୍ବତ ଟେକି l
ଇନ୍ଦ୍ରଙ୍କ ବିବାଦୁ ଗୋକୁଳ ରଖି ll
ଇନ୍ଦ୍ରଙ୍କ ଗରବ ଗଞ୍ଜନ କରି l
ଗୋବିନ୍ଦ ନାମକୁ ବହିଲ ହରି ll
କାଳିନ୍ଦୀ ହ୍ରଦରେ କମଳ ତୋଳି l
କାଳୀୟ ଦର୍ପକୁ ଦେଲଟି ଦଳି ll
ଅକ୍ରୁର ରଥରେ ମଥୁରା ଗଲ l
ଗୋପ ଯୁବତୀଙ୍କୁ ଅନାଥ କଲ ll
ପଥେ ସଳଖିଲ କୁବୁଜା ଖଞ୍ଜା l
କହଇ କୁବୁଜା କର ଭାରିଜା ll
ମଞ୍ଛାରୁ ପଡିକି ମଉଳା ମଲା l
ଦଇବଟି ମୋତେ ସାହା ହୋଇଲା ll
ବକା ଅଘା କେତେ ଅସୁର ମାରି l
ସମୁଦ୍ରେ ଥାପିଲ ଦ୍ୱାରକା ପୁରୀ ll
ଅର୍ଜୁନ ତୁମ୍ଭର ଅଟେ ଭିଣୋଇ l
କୁରୁକ୍ଷେତ୍ରେ ଥିଲ ଗୀତା ଶୁଣାଇ ll
ଉଦ୍ଧବଙ୍କୁ ପଠାଇଲ ବଦ୍ରିକା l
ଶିରରେ ତୁମ୍ଭ ମୟୁର ଚନ୍ଦ୍ରିକା ll
ଆହେ କଳା କୃଷ୍ଣ ସର୍ବ ସୁନ୍ଦର l
ଅନନ୍ତ ତୁମ୍ଭର ଲୀଳା ଅପାର ll
ବାଞ୍ଛା କଳ୍ପତରୁ ଜଗତ ଗୁରୁ l
କାଳ ସରିଗଲା ନାମ ସୁମରୁ ll
ଜୟ ଜୟ କୃଷ୍ଣ ଗୋବିନ୍ଦ ହରେ l
ଶରଣ ପଶିଲି ଛନ୍ଦା ପୟରେ ll
🙏🙏🙏
ଅର୍ଜୁନୀ
-----------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
