STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

ଜୟ ଜଗଦୀଶ ହରେ

ଜୟ ଜଗଦୀଶ ହରେ

1 min
124


 

ନମୋ ବ୍ରହ୍ମରାଶି ନୀଳାଚଳ ବାସୀ 

ବ୍ୟାପ୍ତ ସବୁରି ଘଟରେ l

ମମ ହୃଦେ ପ୍ରଭୁ ବିଜେ କର ସଦା 

ଜୟ ଜଗଦୀଶ ହରେ ll


ନମୋ ବିଶ୍ୱରୁପି ନମୋ ବିଶ୍ଵବ୍ୟାପୀ 

ବାସ ବାହ୍ୟ ଅଭ୍ୟନ୍ତରେ l

ଜୟ ହେ ଶ୍ରୀପତି ଅଗତିର ଗତି 

ଜୟ ଜଗଦୀଶ ହରେ ll


ତଵ ଦିବ୍ୟଜ୍ୟୋତି ହୃଦେ ମୋ ପ୍ରକାଶୁ 

କ୍ଷଣ ଦଣ୍ଡ ମୁହୂର୍ତ୍ତରେ l

ରଙ୍ଗାଧର ହସେ ହସୁ ଏ ଜଗତ 

ଜୟ ଜଗଦୀଶ ହରେ ll


ତୁମ୍ଭରି ମହିମା ଅନନ୍ତ ସୁଷମା 

ବିକାଶୁ ସର୍ବ ହୃଦରେ l

ତବ ପ୍ରେମେ ପ୍ରଭୁ ବିଶ୍ୱ ଅବଗାହୁ 

ଜୟ ଜଗଦୀଶ ହରେ ll


ତୁମ୍ଭରି ମହିମା କି ବୁଝିବି ପ୍ରଭୁ 

ଛାର ଅଜ୍ଞାନ ବୁଦ୍ଧିରେ l

ଭାଷା ନ ସ୍ଫୁରଇ କରିବି ବନ୍ଦନା 

ଜୟ ଜଗଦୀଶ ହରେ ll


ଦୟାର ବାରିଧି ଆହେ ଦୟାନିଧି 

ଆଶ୍ରା ଦିଅ ଶ୍ରୀପୟରେ l

ଇଚ୍ଛାମୟ ପ୍ରଭୁ ପୁରୁ ତବ ଇଚ୍ଛା 

ଜୟ ଜଗଦୀଶ ହରେ ll

    



Rate this content
Log in

Similar oriya poem from Inspirational