ଜରି ଗୋଟାଳି
ଜରି ଗୋଟାଳି
ସଭିଏଁ ସମାନ ଏ ଧରା ବୁକୁରେ
କେହି ନୁହେଁ ଉଚ୍ଚ ନୀଚ
ଜରି ଗୋଟାଳି ଟେ ପରିଶ୍ରମ କରି
ପରିବେଶ କରେ ସ୍ୱଚ୍ଛ
ଭାବନାକୁ କର ଉଚ୍ଚ
ମନ ମଲାଟରେ ଆଙ୍କିଦିଅ ଥରେ
ସେନେହର ଚିତ୍ର ଗୁଚ୍ଛ ।
ଏଣେତେଣେ କେତେ ଜରି ପଲିଥିନ
ପରିବେଶ କରେ ନଷ୍ଟ
ସେ ଜରିକୁ ପୁଣି ଗାଈ ଯଦି ଖାଏ
ପାଏ ସେହୁ ବହୁ କଷ୍ଟ
ପଲିଥିନ ଯେ ଅନିଷ୍ଟ
ଜରି ଗୋଟାଳିଟେ ତାହାକୁ ଗୋଟେଇ
ହସାଏ ପୃଥିବୀ ପୃଷ୍ଠ ।
ଘୃଣା କର ନାହିଁ ଜରି ଗୋଟାଳିକୁ
ସିଏ ବି ଗୋଟେ ମଣିଷ
ଜରି ଏଣେତେଣେ ଫୋପାଡ଼ଇ ଯିଏ
ତାହାରି ହିଁ ସବୁ ଦୋଷ
ହସିବ ଏ ପରିବେଶ
ସର୍ବେ ମିଶିକରି ଜରି ଗୋଟାଇବା
ରଖିବାନି ତାର ଲେଶ ।