STORYMIRROR

BISWESWAR MAJHI

Inspirational

4.0  

BISWESWAR MAJHI

Inspirational

ଜରାଶ୍ରମ ଏକ ବ୍ୟତିକ୍ରମ

ଜରାଶ୍ରମ ଏକ ବ୍ୟତିକ୍ରମ

1 min
174



ତିନିଟି ଋଣର ଭରଣା

  ପୁତ୍ର କନ୍ଯା କରନ୍ତି

ଦେବଋଣ ଋଷିଙ୍କଋଣ 

   ପିତୃ ଋଣ ସୁଝନ୍ତି।


ପୁତ୍ର କନ୍ଯା ଉତ୍ତମେ ପାଳି

      ପିତୃଋଣ ପାଳନ

ପିତାମାତା ବୋଝ ହୁଅନ୍ତି

    ମୁଣ୍ଡ ବଥା କାରଣ।


ପୁତ୍ର କନ୍ଯା ଅତିଥି ଶ୍ୱାନ

    ଗୃହେ ମହା ସତ୍କାର 

ବୃଦ୍ଧ ପିତାମାତା ଅଶୋଭା 

    ଭୋଗନ୍ତି ତିରସ୍କାର।


ଅର୍ଥବଳ ଥିଲେ ତାଙ୍କର

   ଜରାଶ୍ରମେ ଆଶ୍ରୟ

କର୍ମଚାରୀ ଯତ୍ନ କରିବେ

   ମନେ ନଥିବ ଭୟ।


 ଚିରନ୍ତନ ସତ୍ଯ ସଂସ୍କାର

    ଗତ ଭବିଷ୍ୟତରେ

େଇଥିଲେ ପାଇ କଥାଟି

   ଚାଲେ ପିଢି ପିଢିରେ।


ଅନୁଶାସନରେ ଶିଥିଳ 

    ଅପତ୍ୟ ବାଟବଣା

ଚରିତ୍ର ଗଠନ ନିଷ୍ଫଳ

     ବିଡମ୍ବିତ ଭାବନା।


ମଣିଷପଣିଆ ନଦେଇ

    ଅର୍ଥ ତିଆରି ଯନ୍ତ୍ର 

ଆଉସବୁ ଯାଉ ଚୁଲିକୁ

   କଲେଣି ମୂଳମନ୍ତ୍ର।


ଫେରାଇବା ଆମ ସଂସ୍କାର 

      ପିତାମାତା ପୂଜନ

ସାକ୍ଷାତ ଦେବତା ଧରାରେ

    ମିଛେ ମୂର୍ତ୍ତିରେ ଧ୍ୟାନ।


ମଣିଷ ଶିଶୁ ଅମଣିଷ 

    କେଉଁ ଭଲ ସଂସ୍କାର 

ମଣିଷ ମଣିଷ ହୋଇଲେ

     ଜରାଶ୍ରମ ଅସାର।


Rate this content
Log in

Similar oriya poem from Inspirational