ଜନନୀ ସେ ଆମର
ଜନନୀ ସେ ଆମର
ଲୁହ ଦେଖିଲେ ସେ ସହିପରେନି
ମମତା ତାର କେବେ ବି ଅଭାବ ହୁଅନି
ନଅ ମାସର ଗର୍ଭ ଯନ୍ତ୍ରଣା ସହି ସହି
ଜନ୍ମ ଦେଇଛି ସେ ମୋ ମାଆ ଜନନୀ..........!!
ନିଜ ପେଟରୁ କାଟି ସେ ଛୁଆକୁ ଖୁଆଉଛି
ଭୋକ ଉପାସରେ ସେ ନୀତି ରହୁଛି
କେବେ ସେ କୁହେନା ନିଜ ବେଦନା
ସଦା ସର୍ବଦା ତାର ଛୁଆ ପ୍ରତି ଶୁଭ ଚିନ୍ତା.........!!
ମମତାର ସେ ଗଭୀର ସାଗର
ଜନ୍ମଦାତ୍ରୀ ସେ ଆମ ମାଆ ଆମର
ସବୁ ସହିଯାଏ ଶୀତ କାକର
ଛୁଆ ଓଠେ ହସ ଦେଖିବ ବୋଲି
ଦିନ ରାତି ସେ ସବୁ କରେ ଏକାକାର...........!!
ଗର୍ଭରୁ ସହିଛି ଅନେକ କଷ୍ଟ
ଜନ୍ମ ଦେବ ବୋଲି ଦେଇଛି
ତା ଦେହରୁ ରକ୍ତ ମାଂସ ହାଡ଼
କେତେ ବଡ ସେ ମାର ହୃଦୟ
ତା ଛୁଆର ଶୁଭମନାସେ ନୀତି
ସେ ଆମ ମା ନୀତି ସକାଳରୁ ସଞ୍ଜ........!!
ଛୁଆକୁ ଜନ୍ମ ଦେଲା ପରେ
କେତେ ଯେ ସହିଯାଉଛି
ତା ଛୁଆର କାନ୍ଦ ଆଉ ଅଝଟ
ମାଆ ତା ଛାତିର କ୍ଷୀର ଦେଇ
ହସ ଫୁଟାଏ ଭରିଦିଏ ତା ଛୁଆ ଓଠରେ ହସ.....!!
ମାଆର ରୂପରେ ସେତ ଏକ ମମତାର ଠାକୁର
ପ୍ରତିଟି ମୁହୂର୍ତ୍ତକୁ ମାଆ ଆମ କରିନିଏ ନିଜର
ମାଆର ମମତା ନୁହେଁ କେବେ ସମାପ୍ତ
ଜୀବନ ଜଞ୍ଜାଳକୁ ସହଜେ ବୁଝିନିଏ
ଆଉ ମନକୁ ବୁଝାଇଦିଏ ସେ କେବେ ହୁଏ ନାହିଁ ବ୍ୟସ୍ତ.....!!
ଛୁଆ ଖେଳିବା ବୁଲିବା ବୟସରେ
କେତେ ରାଗ ଅଭିମାନ କରେ ମାଆ ପାଖରେ
ସବୁ ସହିଯାଏ ମାଆ ତା କୋମଳ ହୃଦୟରେ
ଛୁଆ ମନ ଜାଣି ମାଆ ପୂରଣ କରି ଦେଇଥାଏ
ତାର ସବୁ ଅଭାବ ଅନଟନକୁ ପ୍ରତି ମୁହୂର୍ତ୍ତରେ..........!!
ପୁଣି ସେହି ମାଆକୁ ପୁଅ ଭୁଲି ଯାଏ କିଛି ସମୟରେ
ଟିକିଏ ମୁଣ୍ଡକୁ ହାତ ପାଇଗଲେ ବାଃ ବାଃ ରେ ପୁଅ
ମାକୁ କରିଦିଏ ତା ଘରୁ ବାହାର
ତଥାପି ସବୁ କିଛି ସହିଯାଏ ସେପରା ଜନନୀ ମାଆ ଆମର
ତାରି ତୁଳନାରେ କେହି ନୁହେଁ ସମାନ
ତା ସ୍ନେହ ଆଉ ଶ୍ରଦ୍ଧା ମମତାର ସେ ମାଆ ଗନ୍ତାଘର.....